ଅନୁଗୁଳୁ-ସୁକିନ୍ଦା ନୂଆ ରେଳପଥରେ ପରୀକ୍ଷା ମୂଳକ ଭାବରେ ଗଡ଼ିଲା ମାଲବାହି ଟ୍ରେନ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ସୋମବାର ଅନୁଗୁଳୁ-ସୁକିନ୍ଦା ନୂଆ ରେଳପଥରେ ପରୀକ୍ଷା ମୂଳକ ଭାବରେ ଗଡିଛି ମାଲବାହି ଟ୍ରେନ । ଏହା ଯାଜପୁର ଜିଲ୍ଲା ବାଘୁଆ ପାଳରୁ ବାହାରି ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଷ୍ଟେସନକୁ ଏହି ଟ୍ରେନ ପରୀକ୍ଷା ମୂଳକ ଭାବରେ ସଫଳତାର ସହ ଗଡିଥିଲା ।

ସୂଚନା ଅନୁଯାୟୀ, ଏହି ନୂଆ ଲାଇନରେ ମାଲବାହି ଟ୍ରେନଟି ବାଘୁଆ ପାଳରୁ ବୁଢ଼ାପଙ୍କ ପର୍ଯ୍ୟନ୍ତ (98.7 କି.ମି ରାସ୍ତା)କୁ ଯାତ୍ରା କରିଥିଲା । ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଟ୍ରାକଗୁଡିକ ପରୀକ୍ଷା କରିବା ପାଇଁ ଟ୍ରାଏଲ୍ ରନ୍ କରାଯାଇଥିଲା । ଏହି ନୂଆ ଲାଇନରେ ଆସନ୍ତା କିଛି ଦିନ ଭିତରେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି କୁହାଯାଉଛି । କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନ ପାଇଁ ଉଦ୍ଦିଷ୍ଟ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ ମଧ୍ୟରୁ ଅନୁଗୁଳୁ-ସୁକିନ୍ଦା ରେଳ ଲାଇନ ଅନ୍ୟତମ ଅଟେ ।


ସେୟାର କରନ୍ତୁ