ପରଜଙ୍ଗ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ୟବସାୟୀ ସଂଘ ଗୋଟିଏ ହେଲେ ମଧ୍ୟ ଏହା 6 ଗୋଟି ବଜାରରେ ପରିଗଣିତ ହେଉଛି । ଏଥି ମଧ୍ୟରୁ ଲକ୍ଷ୍ମୀ ବଜାର, ସୁବାହୁସିଂହ ବଜାର, ତାରିଣୀ ବଜାର, ୟୁକୋ ବ୍ୟାଙ୍କ ବଜାର, ମହାବୀର ବଜାର ଓ ମେଡିକାଲ ବଜାର ଅନ୍ତର୍ଭୁକ୍ତ ଅଟେ । ଦୀର୍ଘ ବର୍ଷର ଅବସାନ ପରେ ସମସ୍ତ ବଜାରର ବ୍ୟବସାୟୀ ଏକତ୍ରିତ ହୋଇ ଗୋଟିଏ କମିଟି ଗଠନ କରାଯାଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ବଜାରର 230ରୁ ଉର୍ଦ୍ଧ୍ବ ବ୍ୟବସାୟୀ ନିଜ ନିଜର ଦୋକାନ ବନ୍ଦ କରି ଗୁରୁବାର ଦିନ ପରଜଙ୍ଗ ସାଧୁ ଗୋଷ୍ଠି ଠାରେ ଏକତ୍ରିତ ହୋଇଥିଲେ । ମହେଶ୍ବର ପରିଡ଼ାଙ୍କ ସଭାପତିତ୍ବରେ ଏକ ସଭା କରାଯାଇ ସଂଘର ଆଭିମୁଖ୍ୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବରେ ବରୁଣ କୁମାର ଦଳବେହେରା ସମ୍ପାଦକ ଭାବରେ ନିର୍ମଳ ଚନ୍ଦ୍ର ଗଡ଼ନାୟକଙ୍କୁ ସଂଘ ତରଫରୁ ମନୋନୀତ କରାଯାଇଥିଲା ।

ସେଇଭଳି ଉପଦେଷ୍ଟା ମଣ୍ଡଳୀ ରୂପେ ମହେଶ୍ବର ପରିଡା ,ରଞ୍ଜନ କୁମାର ଦଳବେହେରା ,ମଳୟ କୁମାର ଦାସ , ଆଦିକନ୍ଦ ଦଳବେହେରା ,ଜିତେନ୍ଦ୍ର ଦଳବେହେରା ,ମନୋଜ ଦଳବେହେରା ,ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ମନୋନୀତ ହୋଇଥିବା ବେଳେ ପରିଚାଳନା କମିଟି ଭାବେ ପ୍ରୀୟଜିତ ସାମଲ , ସର୍ବେଶ୍ଵର ଦଳବେହେରା ,ପରେଶ୍ ସେଠୀ ,ସନ୍ତୋଷ କୁମାର ସାମଲ , ଆଲୋକ ସାମଲ ,ସନ୍ତୋଷ କୁମାର ସାହୁ ,ଦୀପକ ଦଳବେହେରା , ଅବନୀ ଦଳବେହେରା ,ନରୋତ୍ତମ ବିଶ୍ଵାଳ ,ସନ୍ତୋଷ କୁମାର ସାହୁ , ବୈରାଗୀ ବେଜ୍ ,ସୁଶାନ୍ତ କୁମାର ପ୍ରତାପସିଂହ ,ନିର୍ମଳ ସାମଲ ,ଶୁଭେନ୍ଦୁ ରାଉତ ,ଜଗତ ନାରାୟଣ ରାଉତ ,ବିପିନ ବିହାରୀ ବିକ୍ରମସିଂହ ,ସୁଶାନ୍ତ ସାମଲ ,ପ୍ରଦ୍ୟୁମ୍ନ ସିଂହ ପ୍ରଭୃତି ପ୍ରତ୍ୟେକ ବଜାରରୁ ସଂଘ ସୁପରିଚାଳନା ଲାଗି ନାମ ମନୋନୀତ କରାଯାଇଛି ।

ବଜାର କମିଟି ନିୟମାବଳୀ—

ନୂତନ କର୍ମକର୍ତ୍ତା ମାନଙ୍କୁ ନେଇ ସଂଘ ସଦାସର୍ବଦା ବଳବତ୍ତର ରଖିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ । ସଂଘର ଏକତା ଓ ପ୍ରତି ମାସ ଶେଷ ଗୁରୁବାର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ସମୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ମାସରେ ଥରେ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସବୁ ନିୟମ ସହିତ ବଜାରରେ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି ଲାଗି ସଂଘ ବଦ୍ଧପରିକର ।

ପରିଶେଷରେ ମଧ୍ୟାହ୍ନ ଭୋଜନ ଖାଇ ଏକତ୍ରିତ ହୋଇ ବଜାର ନିକଟରେ ରହିଥିବା ଥାନାକୁ ଯାଇଥିଲେ । ସମୂହ ବ୍ୟବସାୟୀ ଥାନାରେ ପହଞ୍ଚି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ସାକ୍ଷାତ ହୋଇ ସଭାରରେ ସର୍ବସମ୍ମତି ଭାବେ ଗୃହୀତ ହୋଇଥିବା ଦାବୀ ହସ୍ତାନ୍ତର କରାଯାଇଥିଲା ।

ଥାନାରେ ଦିଆଯାଇଥିବା ଦାବୀ ଗୁଡ଼ିକ ମଧ୍ୟରେ ବଜାରରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କୁ ଆୟତ୍ତ କରି ପଦକ୍ଷେପ ନେବା ,ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ସମୟରେ ହେଉଥିବା ଡକାୟତ ବନ୍ଦ କରିବା ସହ ଡକାୟତ ମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, 6 ଟି ବଜାରରେ ଦୁଇ ଜଣ ଲେଖାଏଁ ଗୃହରକ୍ଷୀ ନିୟୋଜିତ କରିବା ସହ ଏମାନଙ୍କ କାର୍ଯ୍ୟ ଉପରେ ତଦାରଖ କରିବା ପାଇଁ ଅନ୍ୟ ଜଣେ ଅଧିକାରୀ ତଦାରଖ କରିବା ଏହି ସବୁ ନିୟମ ଉପରେ ସଂଘ ଥାନା ଅଧିକାରୀଙ୍କ ନିକଟରେ ଦାବୀ ଜଣାଇଛି ।


ସେୟାର କରନ୍ତୁ