ଓଡ଼ିଶାକୁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ, 74ରୁ 24

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଗୋଟିଏ ଦିନରେ 13 କରୋନା ପଜିଟିଭ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ପୁଣି ବଢ଼ିଯାଇଛି । ବିଶେଷ ଭାବରେ ପଶ୍ଚିମବଙ୍ଗ ପାଇଁ ଚିନ୍ତା ବଢ଼ିଅଛି । ଆଜି ଚିହ୍ନଟ ହୋଇଥିବା 13 ଜଣଙ୍କ ମଧ୍ୟରୁ 10 ଜଣ ପଶ୍ଚିମବଙ୍ଗ ଲିଙ୍କ ଥିବା ଜଣାପଡ଼ିଛି । ତେବେ ଭଦ୍ରକ ଏବଂ ଯାଜପୁରରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ତେଣୁ ଗତ 28 ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କୁ ନିଜ ଆଡ଼ୁ ସୂଚନା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

ତେବେ ସେମାନେ ସ୍ଥାନୀୟ ସରପଞ୍ଚ, ବିଡିଓ କିମ୍ବା ତହସିଲଦାରଙ୍କୁ ଜଣାଇବା ପାଇଁ କୁହାଯାଇଛି । ଏଥିସହ ସେମାନେ ଘରେ କ୍ୱାରେଣ୍ଟାଇନ ବା ସଂଗରୋଧରେ ରହିବାକୁ ମଧ୍ୟ ସରକାର କହିଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା 74 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 24ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ସୂଚନା ମିଳିଅଛି ।


ସେୟାର କରନ୍ତୁ