ଆଉ 5 ବ୍ୟକ୍ତି ରାଜ୍ୟରେ ସୁସ୍ଥ, ମୋଟ 29 ସୁସ୍ଥ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ନୂଆ 18ଟି କରୋନା ସଂକ୍ରମଣ କେସ ଆସିବା ପରେ ଓଡିଶା ସରକାରଙ୍କ ଟେନସନ ବଢିଯାଇଛି । ଏବେ ରାଜ୍ୟରେ ମୋଟ 79 କରୋନା ସଂକ୍ରମିତ ମାମଲା ହୋଇଅଛି । ତେବେ ଏହା ଭିତରେ ମଧ୍ୟ ଆଜି ଏକ ଭଲ ଖବର ମିଳିଛି । ରାଜ୍ୟର ଆଉ 5 ଜଣ କରୋନା ସହ ଫାଇଟ କରି ଆରୋଗ୍ୟଲାଭ କରିଛନ୍ତି ଏବଂ ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ 29 ଜଣ ଆରୋଗ୍ୟଲାଭ କରିଛନ୍ତି । ତେବେ ଆଜି ଏହି ଯୁଦ୍ଧରେ ବିଜୟଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି ।

ଆଜି ସକାଳେ ରାଜ୍ୟରେ 5 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ ବାଲେଶ୍ୱରର ବୋଲି ଜଣାପଡ଼ିଛନ୍ତି । ଗତକାଲି ରାଜ୍ୟରେ ମୋଟ 13 ଜଣ ସଂକ୍ରମିତ ଜଣାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଭଦ୍ରକର 5 ଜଣ, ଯାଜପୁରର 5 ଜଣ, ବାଲେଶ୍ୱରର 2 ଜଣ ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି ।

ତେବେ ଏହା ଭିତରେ ରାଜ୍ୟରେ 4ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଅଛି । କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲାରେ ଗୋଟିଏ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ଏହି ଦୁଇ ସଂକ୍ରମିତ ସୁସ୍ଥ ହେବା ପରେ କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି । ପୂର୍ବରୁ କଟକ ଓ ପୁରୀ ଜିଲ୍ଲା କରୋନା ମୁକ୍ତ ହୋଇଥିଲା ।


ସେୟାର କରନ୍ତୁ