ସୁସ୍ଥ ହେବା ପରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସେ ବହୁ ରୋଗରେ ପୀଡିତ ଥିଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଜଣେ କରୋନା ରୋଗୀ ସୁସ୍ଥ ହେବା ପରେ ମୃତ୍ୟୁ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ବୟସ 70 ଏବଂ ସେ 44 ନମ୍ବର କରୋନା ଆକ୍ରାନ୍ତ ଥିଲେ । ସେ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳର ଏବଂ ତାଙ୍କର ବହୁତ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ହେତୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିବାରୁ ଆଜି ସକାଳେ ମୃତ୍ୟୁ ଘଟିଛି । ସେ କ୍ୟାନସରରେ ପୀଡ଼ିତ ଥିଲେ ଏବଂ ଅନ୍ୟ ଜଟିଳ ରୋଗ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇନଥିଲା ।

ଗତ ଏପ୍ରିଏ 7 ତାରିଖରେ ସେ ମେଦିନାପୁରରରୁ ବାହାରି 8 ତାରିଖ ସକାଳେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେହିଦିନ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । 9 ତାରିଖରେ ରିପୋର୍ଟରେ କରୋନା ପଜିଟିଭ ଆସଥିଲା । ପରେ ତାଙ୍କୁ କୋଭିଡ୍‌ ହିପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ ଅନୁଯାୟୀ ସମ୍ପୃକ୍ତ ରୋଗୀ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ବି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏହି ରୋଗୀଙ୍କର ମୃତ୍ୟୁ କ୍ୟାନସରରେ ହୋଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା ସ୍ପଷ୍ଟ କରିଛନ୍ତି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1ରେ ସୀମିତ ରହିଛି ।


ସେୟାର କରନ୍ତୁ