ବିଧାୟକଙ୍କ ଦ୍ୱାରା ଭାଲୁମୁଣ୍ଡ ଛକ ଠାରୁ ସରାଙ୍ଗ ଛକ ରାସ୍ତାର ଉନ୍ନତିକରଣର ଭିତ୍ତି ପ୍ରସ୍ତର ସ୍ଥାପନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଆଜି ଗୁରୁବାର ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ କରକମଳରେ କନ୍ଦରସିଂହା ଭାଲୁମୁଣ୍ଡ ଛକ ଠାରୁ ସରାଙ୍ଗ ଛକ ରାସ୍ତା (10 କିମି) ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦଘାଟନ ହୋଇଯାଇଛି । ଏହି ରାସ୍ତା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 53ନମ୍ବର ଜାତୀୟ ରାଜପଥକୁ ସରାଙ୍ଗ ଛକ ରାସ୍ତାରେ ସଂଯୋଗ କରୁଅଛି ।

ମାନ୍ୟବର ବିଧାୟକ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ କରି କହିଥିଲେ ରାଜ୍ୟ ସରକାର ସବୁବେଳେ ସବୁ ସମୟରେ ଲୋକାଭିମୁଖୀ ଯୋଜନା, ଜନକଲ୍ୟାଣ କାର୍ଯ୍ୟ ପାଇଁ ଗୁରୁତ୍ଵ ଦେଇ ଆସିଅଛନ୍ତି ।

ତେବେ ଏହି ରାସ୍ତା ପାଇଁ 9 କୋଟି 64 ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡିଛି । ଏହି ରାସ୍ତା ସାଢେ 5 ମିଟର ଓସାର ହେବାକୁ ଥିବାବେଳେ ଏହା ସାଢେ 3 କିଲୋମିଟର କଂକ୍ରିଟ ଏବଂ ସାଢେ 6 କିଲୋମିଟର ପିଚୁ ହେବାର ରହିଅଛି । ଏହି ରାସ୍ତା 18 ମାସ ଭିତରେ ସରିବାର ରହିଅଛି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆତ୍ମା ଅଧକ୍ଷ ଅକ୍ଷୟ ବେହେରା, ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ବିଜୁ ଯୁବ ସଭାପତି ସୁବ୍ରତ ଦାସ ଏବଂ ବିଜୁ ଜନତା ଦଳର ପ୍ରାୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ