ସରିବ ଐତିହାସିକ ବାଲିଯାତ୍ରା

ରାଜ୍ୟ
ସେୟାର କରନ୍ତୁ

କଟକ : କୋଭିଡ କଟକଣା ଲାଗି 2 ବର୍ଷ ପରେ ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଆୟୋଜନ ହୋଇଥିଲା । ସେଥିପାଇଁ ଏବର୍ଷ ନାହିଁନଥିବା ଭିଡ ଦେଖିବାକୁ ମିଳିଛି । ତେବେ ଗୁରୁବାର ଉଦଯାପିତ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗଲା 8 ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିବା ବେଳେ ସମସ୍ତଙ୍କୁ ଦୃଷ୍ଟିରେ ରଖି ପ୍ରଶାସନିକ ନିଷ୍ପତ୍ତି କ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ସର୍ବାଧିକ 10 ଦିନ ଧରି ବାଲିଯାତ୍ରା ଆୟୋଜିତ ହୋଇଥିଲା ।


ସେୟାର କରନ୍ତୁ