ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗାଁ ନିକଟରେ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ମୃତ ସମ୍ପର୍କୀୟମାନଙ୍କ ସହ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଯାହା ଫଳରେ କିଛି ସମୟ ପାଇଁ କାମାକ୍ଷାନଗର-ତାଳଚେର ମଧ୍ୟରେ ଯୋଗାଯୋଗ ଠପ ହୋଇଯାଇଥିଲା ।

ସୂଚନା ଥାଉକି, ଗତ କାଲି ଅପରାହ୍ନରେ ହାଇୱା ଟ୍ରକ ଧକ୍କାରେ ବଡଝରା ଗାଁର ପ୍ରଫୁଲ୍ଲ କୁମାର ପଣ୍ଡା ବହୁତ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବଡଝରା ଗାଁର ଶତାଧିକ ଲୋକ ରାସ୍ତା ଉପରେ ମୃତ ଦେହ ରଖି ରାସ୍ତାରୋକ କରିଥିଲେ ।

ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଏନଏଚ 53 ନଂ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ଉଠିଥିଲା ।


ସେୟାର କରନ୍ତୁ