ରାଜ୍ୟରେ ସୁସ୍ଥ ହେଲେ 807 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 19745

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 807 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 19745ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 807 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 431 ଜଣ, କଟକ ଜିଲ୍ଲାରୁ 62 ଜଣ, ରାୟଗଡ଼ା ଜିଲ୍ଲାରୁ 47 ଜଣ, ଗଜପତି ଜିଲ୍ଲାରୁ 34 ଜଣ, କେନ୍ଦୁଝର ଜିଲ୍ଲାରୁ 29 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 24 ଜଣ, ନୟାଗଡ଼ ଜିଲ୍ଲାରୁ 23 ଜଣ, ଯାଜପୁର ଜିଲ୍ଲାରୁ 21 ଜଣ, କନ୍ଧମାଳ ଜିଲ୍ଲାରୁ 19 ଜଣ, ବାଲେଶ୍ୱର 14 ଜଣ, କେନ୍ଦ୍ରାପଡ଼ା 14 ଜଣ, ମୟୂରଭଂଜ ଜିଲ୍ଲାରୁ 14 ଜଣ, ଭଦ୍ରକ ଜିଲ୍ଲାରୁ 13 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ, ବରଗଡ଼ ଜିଲ୍ଲାରୁ 11 ଜଣ, ମାଲକାନଗିରି ଜିଲ୍ଲାରୁ 10 ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ 7 ଜଣ ଲେଖାଏଁ, ଝାରସୁଗୁଡ଼ାରୁ 6 ଜଣ, ଢ଼େଙ୍କାନାଳ ଜିଲ୍ଲାରୁ 4 ଜଣ, ଅନୁଗୁଳ ଜିଲ୍ଲାରୁ 3 ଜଣ, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ