“ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ପୁସ୍ତକକୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟି ପରଜଙ୍ଗର ବରିଷ୍ଠ ବିଜେପି ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ହୋଇଅଛି । ଢ଼େଙ୍କାନାଳ ଓ ତାଳଚେରର ଗଡ଼ଜାତ ଅଞ୍ଚଳରେ ପ୍ରଜା ମଣ୍ଡଳ ଆନ୍ଦୋଳନ ବିଷୟରେ ଏହି ପୁସ୍ତକରେ ବ୍ୟାପକ ଭାବରେ ବର୍ଣ୍ଣନା କରାଯାଇଛି ।

ତେବେ ଏହି ପୁସ୍ତକ ଉପରେ ଟୁଇଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି- ‘ଆମ ଦଳର ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ପୁସ୍ତକକୁ ଉନ୍ମୋଚନ କରି ଆନନ୍ଦିତ । ଏହି ପୁସ୍ତକ ଓଡ଼ିଶାରେ ପ୍ରଜାମଣ୍ଡଳ ସଂଗଠନ ଗଠନ ଏବଂ ଆନ୍ଦୋଳନ ଉପରେ ଲୋକମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ପାଠକୀୟ ଆଦୃତ ହୋଇପାରିବ ବୋଲି ବିଶ୍ୱାସ ।’


ସେୟାର କରନ୍ତୁ