ରାଜଧାନୀରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜଧାନୀରେ ବିଜେପିର ରାଲି ବେଳେ ବିଜେପି ନେତା, କର୍ମୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ରାଜ୍ୟ କାର୍ଯ୍ୟାଳୟରୁ ବିଭିନ୍ନ ସ୍ଲୋଗାନ ସହ ବାଦ୍ୟ ଯନ୍ତ୍ର ବଜାଇ ନବୀନ ନିବାସ ଆଡକୁ ବିଜେପି କର୍ମୀ ଯାଉଥିଲା ବେଳେ ଶିଶୁଭବନ ଛକରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍‌ । ବିଜେପି କର୍ମୀମାନେ ବାରିକେଡ ଡେଇଁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା । ଏହାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପୁରୀ ଜିଲ୍ଲା 11 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ରାଜରାସ୍ତାରେ ରାଲି କରିଥିଲା ବିଜେପି ।

ମୁଖ୍ୟମନ୍ତ୍ରୀ ସବୁ ଜାଣି ଚୁପ୍ ବସିଛନ୍ତି । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ତାଙ୍କୁ ଉଠାଇବାକୁ ଢୋଲ, ଘଣ୍ଟ ଓ ଝାଞ୍ଜ ବଜାଇ ନବୀନ ନିବାସ ଯାଉଛୁ । ଆଜି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ତେବେ ଏହା ସବୁ ପରେ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନନେଲେ ପ୍ରତିବାଦକୁ ଆହୁରି ଜୋରଦାର ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।


ସେୟାର କରନ୍ତୁ