ରାଜ୍ୟରେ 1376 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 25389କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1376 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25,389କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1320 ଜଣଙ୍କ ମଧ୍ୟରୁ 917 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 459 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1376 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ 484, ଅନୁଗୁଳ ଜିଲ୍ଲାରୁ 5, ବାଲେଶ୍ବରରୁ 29, ବରଗଡ଼ରୁ 7, ଭଦ୍ରକରୁ 10, ବଲାଙ୍ଗୀରରୁ 19, ବୌଦ୍ଧରୁ 8, କଟକରୁ 75, ଅନୁଗୁଳରୁ 5, ଦେବଗଡ଼ରୁ 11, ଢେଙ୍କାନାଳରୁ 15, ଗଜପତିରୁ 74, ଜଗତସିଂହପୁରରୁ 11, ଯାଜପୁରରୁ 8, ଝାରସୁଗୁଡ଼ା ଜିଲ୍ଲାରୁ 6, କଳାହାଣ୍ଡିରୁ 11, କନ୍ଧମାଳରୁ 12, କେନ୍ଦ୍ରାପଡ଼ାରୁ 11, କେନ୍ଦୁଝରରୁ 103, ଖୋର୍ଦ୍ଧା ଜିଲ୍ଲାରୁ 187, କୋରାପୁଟ ଜିଲ୍ଲାରୁ 7, ମାଲକାନଗିରି ଜିଲ୍ଲାରୁ 15, ମୟୂରଭଞ୍ଜ ଜିଲ୍ଲାରୁ 22, ନବରଙ୍ଗପୁର 21, ନୟାଗଡ଼ 30, ନୂଆପଡ଼ା 4, ପୁରୀ 91, ରାୟଗଡ଼ା 45, ସମ୍ବଲପୁର 17, ସୁବର୍ଣ୍ଣପୁର 5 ଏବଂ ସୁନ୍ଦରଗଡ଼ 33 ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 25,389 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 9287ଟି ଆକ୍ଟିଭ କେସ୍ ରହିଅଛି ଏବଂ 15,928 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ