ରାଜ୍ୟରେ ସୁସ୍ଥ ହେଲେ 864 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 16792

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 864 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 16,792ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 864 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 432 ଜଣ, ରାୟଗଡ଼ା ଜିଲ୍ଲାରୁ 137 ଜଣ, ବରଗଡ଼ ଜିଲ୍ଲାରୁ 31 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 28 ଜଣ, କଟକ ଓ କେନ୍ଦୁଝର ଜିଲ୍ଲାରୁ 26 ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ 23 ଜଣ, ମୟୂରଭଂଜ ଜିଲ୍ଲାରୁ 22 ଜଣ, ଯାଜପୁର ଜିଲ୍ଲାରୁ 19 ଜଣ, କନ୍ଧମାଳ ଜିଲ୍ଲାରୁ 15 ଜଣ, ଗଜପତି 14 ଜଣ, ସମ୍ବଲପୁର ଜିଲ୍ଲାରୁ 14 ଜଣ, ଜଗତସିଂହପୁର ଜିଲ୍ଲାରୁ 12 ଜଣ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ 10 ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ 7 ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମାଳକାନଗିରି ଜିଲ୍ଲାରୁ 6 ଜଣ ଲେଖାଏଁ, ଝାରସୁଗୁଡ଼ା 5 ଜଣ, କୋରାପୁଟ ଜିଲ୍ଲାରୁ 5 ଜଣ, ବଲାଙ୍ଗୀର ଜିଲ୍ଳାରୁ 4 ଜଣ, ପୁରୀ ଜିଲ୍ଲାରୁ 3 ଜଣ, ବୌଦ୍ଧ ଜିଲ୍ଲାରୁ 2 ଜଣ ଓ ସୋନପୁର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ