ସୂର୍ଯ୍ୟପରାଗ ପାଇଁ ମହାପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ନୀତି

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଜି ହେଉଛି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ସେଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ସେବକମାନଙ୍କ ମଧ୍ୟରେ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା । ରାତି 12.10ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର 2.25ରୁ 2.35 ମଧ୍ୟରେ ଗୋପାଳବଲ୍ଲଭ କାର୍ଯ୍ୟ ଶେଷ ହୋଇଥିଲା ।

ତେବେ ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର 4ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ । 4.30 ରୁ 4.40 ମଧ୍ୟରେ ଭୋଗମଣ୍ଡପ ସରିଥିଲା । 4ଟା 56 ମିନିଟ 52 ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ହୋଇ କୋରାଭୋଗ ହେବାସହ ଅନ୍ୟାନ୍ୟ ନୀତି ବଢିବ । ପରେ ଶ୍ରୀମନ୍ଦିରରେ ଜଗାଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।


ସେୟାର କରନ୍ତୁ