ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୁକ୍ରବାର ସନ୍ଧ୍ୟା ପ୍ରାୟ 5ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିରେ ଅର୍ଥ, ସାଧାରଣ ପ୍ରଶାସନ, ଆଇନ, ଜଳ ସମ୍ପଦ ସମେତ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ଅଛି । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ କିଛି ବଡ଼ ଘୋଷଣା ହୋଇପାରେ । ଏହି କ୍ୟାବିନେଟ ବୈଠକରେ ପ୍ରାୟ 8ରୁ 10ଟି ପ୍ରସ୍ତାବ ଅନୁମୋଦନ ହୋଇପାରେ ବୋଲି ଅନୁମାନ କରାଯାଉଛି ।


ସେୟାର କରନ୍ତୁ