ବାଦାମ ତେଲ ସହ ମିଶାଇ ଲଗାନ୍ତୁ ଏହି ଜିନିଷ, ଦୂର ହେବ ରୂପି ସମସ୍ୟା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ରୂପି ସମସ୍ୟା : ବହୁତ ଲୋକଙ୍କର ସାଧାରଣତଃ କେଶରେ ରୂପି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ଆମେ ଅନେକ ପଦକ୍ଷେପମାନ ଗ୍ରହଣ କରିଥାନ୍ତି । କେଶ ପାଇଁ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ଥାଏ ଯାହା କେଶକୁ ଚମକାଇଥାଏ । ଯଦି କେଶକୁ ବାଦାମ ତେଲରେ ମାଲିସ୍ କରାଯାଏ, ତେବେ ରୂପି ଭଳି କେଶ ସମସ୍ୟାକୁ ଦୂର କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ବାଦାମ ତେଲରେ କିଛି ଜିନିଷ ମିଶାଇବାକୁ ପଡିବ ।

ଲେମ୍ବୁ ରସ : ବାଦାମ ତେଲ ସହିତ ଲେମ୍ବୁ ରସ ମିଶାଇ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟାକୁ ଦୂର କରି ହେବ। ଏଥିଲାଗି ଆପଣ ଏକ ପାତ୍ରରେ ବାଦାମ ତେଲ ସହିତ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ । ଏହା ପରେ କେଶକୁ ହାଲୁକା ହାତରେ ମାଲିସ୍ କରନ୍ତୁ । ମସାଜ୍ ପରେ, ଯଦି ଆପଣ ଚାହାଁନ୍ତି, 1 ଘଣ୍ଟା ପରେ ନିଜ କେଶକୁ ସାମ୍ପୁ କରିପାରିବେ କିମ୍ବା ଆପଣ ଏହି ମିଶ୍ରଣକୁ ରାତିସାରା କେଶରେ ରଖି ପରଦିନ ସାମ୍ପୁ କରିପାରିବେ । ଏହା ଦ୍ୱାରା ଶୀଘ୍ର କେଶର ବୃଦ୍ଧି ହେବ ।

ମହୁ : ବାଦାମ ତେଲ, ମହୁ ଏବଂ କଦଳୀ ମଧ୍ୟ ଏହି ସମସ୍ୟା ଦୂର କରିପାରିବ। ଏଥିପାଇଁ ଆପଣ ଏକ ପାତ୍ରରେ ତିନୋଟିକୁ ଭଲ ଭାବରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ କେଶରେ ଅଧ ଘଣ୍ଟା କିମ୍ବା 1 ଘଣ୍ଟା ରଖିବା ପରେ, ସାମ୍ପୁ ସହିତ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା କେଶ କେବଳ ସୁନ୍ଦର ହେବ ନାହିଁ, ବରଂ କେଶ ମଧ୍ୟ ଚମକପ୍ରଦ ଦେଖାଯିବ ।


ସେୟାର କରନ୍ତୁ