ଏହି ଜଡିବୁଟିରେ ଭଲ ହେଇଯିବ ଅନେକ ରୋଗ, ଜାଣନ୍ତୁ କଣ ଏହି ଜଡ଼ିବୁଟି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଏହି ଜଡିବୁଟିର ନାମ ହେଉଛି ଅପମାରଙ୍ଗ । ଅପମାରଙ୍ଗ ଗଛ ପ୍ରାୟତଃ କ୍ଷେତରେ ବା ରାସ୍ତା ଘାଟରେ ଆପଣମାନଙ୍କୁ ମିଳିଯିବ । ଏହି ଗଛକୁ ସାଧାରଣତଃ ଚିରଚିରା ନାମରେ ଜଣାଯାଏ । ଏହି ଜଡିବୁଟି ଦାନ୍ତର କଷ୍ଟକୁ ଦୁର କରିବା ପାଇଁ ଏକ ବହୁତ ଭଲ ଔଷଧ ଅଟେ ।

ଦାନ୍ତର କୌଣସି ପ୍ରକାରର ସମସ୍ୟା ଯଥା ମାଢିରେ ହେଉଥିବା କଷ୍ଟ, ପାଇରିଆ ବା ଦାନ୍ତରୁ ରକ୍ତ ବାହାରିବା ଆଦି ସମସ୍ୟାକୁ ଏହି ଔଷଧୀୟ ଜଡିବୁଟି ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ ।

ସର୍ବ ପ୍ରଥମେ ଏହାର ପତ୍ରକୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ ଓ ଧୋଇ ସାରିବା ପରେ ଏହାକୁ ଭଲ ଭାବରେ ପେଶି ଦିଅନ୍ତୁ । ପେଶିବା ପରେ ଏହାର ରସକୁ ଆପଣ ନିଜର ଦାନ୍ତ ବା ମାଢିରେ ଲଗାଇ ଦିଅନ୍ତୁ କିମ୍ବା ଏହାକୁ ଆପଣ ଚୋବେଇ ଦିଅନ୍ତୁ ଓ ଏହାର ରସକୁ ଦାନ୍ତରେ ରଖନ୍ତୁ ।

ଏହା କରିବାର କିଛି ମିନିଟ ପରେ ଦାନ୍ତରେ ହେଉଥିବା କଷ୍ଟ ଦୂର ହୋଇଯାଇଥାଏ । ପ୍ରାଚୀନ କାଳରେ ଏହି ପତ୍ରକୁ ଦାନ୍ତର କଷ୍ଟ ଦୁର କରିବା ପାଇଁ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ମଧ୍ୟ ଏହାର ଔଷଧୀୟ ଗୁଣ ଦାନ୍ତ ସମ୍ବନ୍ଧୀୟ ସବୁ ସମସ୍ୟାକୁ ଦୁର କରିପାରିବ । ଏହାକୁ ପ୍ରତିଦିନ ବ୍ୟବହାର କରିଲେ ଦାନ୍ତ ସୁସ୍ଥ ରହିଥାଏ ।

ଏହି ଗଛ ବର୍ଷା ଦିନରେ ବହୁତ ମିଳିଥାଏ । ଯଦି ଆପଣଙ୍କୁ ଏହାର ଶୁଖିଲା ଗଛ ମିଳୁଛି, ତେବେ ତାର ଚେରକୁ ନେଇ ଦାନ୍ତରେ ଘସନ୍ତୁ । ଏହା ଦ୍ଵାରା ଦାନ୍ତ ପୀଡା ଦୂର ହୋଇଯିବ । ଏହାକୁ ବ୍ୟବହାର କରିଲେ ବୃଦ୍ଧ ଅବସ୍ଥାରେ ମଧ୍ୟ ଦାନ୍ତ ମଝବୁତ ଓ ସୁସ୍ଥ ରହିଥାଏ ।


ସେୟାର କରନ୍ତୁ