ଦିନକୁ ଚାଲନ୍ତୁ ଏତିକି ହଜାର ପାଦ ଭଲ ହେଇଯିବ ଆନେକ ରୋଗ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆଜିକାଲି ସାଧାରଣତଃ ପ୍ରତ୍ଯେକ ବ୍ଯକ୍ତି ନିଜର ସ୍ବାସ୍ଥ୍ୟ ସୁସ୍ଥ ରଖବାକୁ ଅଧିକ ପସନ୍ଦ କରିଥାନ୍ତି | କେହି କେହି ଜିମ୍‌କୁ ଆପଣାଇଥିବାବେଳେ ଆଉ କେହି ଯୋଗ, ବ୍ଯାୟାମ ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି | ମାତ୍ର ଅଧିକାଂଶ ଲୋକ ଚାଲିବାକୁ ଅଧିକ ପସନ୍ଦ କରିଥାନ୍ତି | ଏପରି ଚାଲିବା ଲାଗି ସମୟ ମଧ୍ୟ ନିତାନ୍ତ ଆବଶ୍ଯକ | ଚାଲିବା ସବୁଠୁ ଭଲ ଅଭ୍ଯାସ ଯଦି ଆପଣ ପ୍ରଥମ କରି ବ୍ଯାୟାମ କରିବାକୁ ଚାହୁଁଥାନ୍ତି ତେବେ ଚାଲିବା ଆରମ୍ଭ କରନ୍ତୁ | ଏପରି ଚାଲିବା ଯେକେହି କରିପାରିବେ | କାରଣ ଚାଲିବା ଏରୋବିକ୍‌ରେ ଯାଇଥାଏ | ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ, ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ | ଏହାଦ୍ବାରା ପ୍ରାୟତଃ ୧୫୦ରୁ ୨୦୦ କ୍ଯାଲୋରି ଆମେ କମାଇପାରିବା ସହ ଶାରୀରିକ ଓ ମନସିକ ଭାବେ ଶାନ୍ତି ପ୍ରଦାନ କରିଥାଏ |
ପ୍ରତିଦିନ ଚାଲିବା ଦ୍ବାରା ନିମ୍ନରକ୍ତଚାପକୁ ନିୟନ୍ତ୍ରଣ କରିଥାଏ | ଏପରି ରକ୍ତଚାପ ଲାଗି ଆପଣକୁ ୧୦ମିନିଟ୍ ଚାଲିବା ନିତାନ୍ତ ଆବଶ୍ଯକ | ଅନେକ ଭାବିଥାନ୍ତି ଯେ, ବ୍ଯାୟାମ ଠାରୁ ଚାଲିବା ଅଧିକ ସହଜ ମାତ୍ର ଏହା ସମ୍ପୂର୍ଣ୍ଣ ଭୂଲ୍ ଅଟେ ବରଂ ଚାଲିବା ଦ୍ବାରା ନିଜ ଶରୀରର ମୋଟାମଣକୁ ଖୁବ୍‌ଶୀଘ୍ର ଦୁରେଇ ପାରିବେ |
ମସ୍ତିଷ୍କକୁ ସୁସ୍ଥ ରଖିବାରେ ଚାଲିବାର ଅବଦାନ ଅନେକ | କାରଣ ଚାଲିବା ଦ୍ବାରା ସ୍ମରଣଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ | ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଚାଲିବା ସମାନ ଢ଼ଙ୍ଗ ହୋଇଥାଏ | ଯେତେବେଳେ କି ବ୍ଯାୟାମ ଓ ଯୋଗରେ ଭିନ୍ନ ଭିନ୍ନ ହୋଇଥାଏ ଉଭୟଙ୍କୁ ଚାଲିବା ଦ୍ବାରା ଗଣ୍ଠିବାତ ସମସ୍ଯାରୁ ଆରାମ ମିଳିଥାଏ |
ଶେଷରେ ଚାଲିବା ଦ୍ବାରା ଦେନନ୍ଦିନ ଜୀବନର ଖାଦ୍ୟପେୟକୁ ନିୟନ୍ତ୍ରଣ କରି ଅନେକ ମାନସିକ ବିଶାଦରୁ ଶାନ୍ତି ପ୍ରଦାନ କରିଥାଏ | ତେଣୁ ଦିନକୁ 10,000ପାଦ ଚାଲିବା ଦରକାର |


ସେୟାର କରନ୍ତୁ