ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ, ଦଳୀୟ ସଂଗଠନ ଉପରେ ହେବ ଆଲୋଚନା

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜିଠୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ । ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଭୁବନେଶ୍ୱର ଏୟାରପୋର୍ଟରେ ଶତାଧିକ ବିଜେପି କର୍ମୀ ଓ ନେତା ସୁନୀଲ ବଂଶଲଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେପି ରାଜ୍ୟ ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ ସୁନୀଲ ବଂଶଲ । ଏହି ଗସ୍ତରେ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ଦଳୀୟ ସଂଗଠନ ଓ 2024 ରଣନୀତି ସଂପର୍କରେ ଆଲୋଚନା ହେବ ।


ସେୟାର କରନ୍ତୁ