ପନ୍ଦର ବର୍ଷ ହେଲା ହୋଇ ଆସୁଛି ଅଭିଯୋଗ, ନା ହେଉଛି ରାସ୍ତା ନାଁ ଶୁଣୁଛି ପ୍ରଶାସନ, ମରଣ ଯନ୍ତା ପାଲଟିଛି ବସୋଈ ଗୋଠ ସାହି ରାସ୍ତା

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ – ରିପୁରଞ୍ଜନ ବିଶ୍ୱାଳ

ପରଜଙ୍ଗ : ଅଭିଯୋଗ ପରେ ଅଭିଯୋଗ କିନ୍ତୁ, କାମରେ ଆସୁନାହିଁ ପ୍ରଶାସନ ଆଶ୍ୱାସନା l କେବେ ସରିବ ତାଙ୍କର ଦୁଃଖ ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଲୋକମାନଙ୍କର l ଏବେ ଏମିତି ଅନେକ ପ୍ରଶ୍ନ ନେଇ ବସିଛନ୍ତି ଗାଁର ଅନେକ ବାସିନ୍ଦା l ଏ ଭଳି ଏକ ଦୂର୍ଷ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତରେ l ଗ୍ରାମର ଗୋଠ ଛକ ଠାରୁ (ବଡଦାଣ୍ଡ ସାହି ) ଓ ଗୋଠ ଛକରୁ କମଡ଼େଇ ରାସ୍ତା ସତେ ଯେମିତି ମରଣ ଯନ୍ତା ପାଲଟିଛି l

ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସତ୍ୱେ କିଛି ବି ଫଳ ପ୍ରଦ ହେଉନାହିଁ l ପ୍ରତି ଦିନ ଏହି ରାସ୍ତା ଦେଇ ଲୋକଙ୍କ ଯିବା ଆସିବା ଲାଗିରହିଛି ଏବଂ ଛୋଟ ପିଲା ମାନେ ସ୍କୁଲକୁ ପାଣି କାଦୁଅରେ ପାରି ହୋଇ ଯାତାୟାତ କରୁଛନ୍ତି, ତାହା ଦେଖିଲେ ଆପଣ ବି କହିବେ କେମିତି ପ୍ରଶାସନର ନଜର ନାହିଁ l ସରକାର କୋଟି କୋଟି ଟଙ୍କା ଗ୍ରାମ୍ୟ ଉନୟନ ନିମନ୍ତେ ଖର୍ଚ୍ଚ କରୁଥିବା ବେଳେ ଏହା ହେଉଛି ତାର ନଗ୍ନ ଚିତ୍ର l

ତେବେ ପ୍ରାୟ 200 ଘର ପରିବାର ଲୋକ ଏହି କାଦୁଅ ପାଣି ରାସ୍ତାରେ ଯିବା ଆସିବା କରନ୍ତି l ପ୍ରତି 5 ବର୍ଷରେ ସରପଞ୍ଚ ପରେ ସରପଞ୍ଚ ବଦଳୁଛନ୍ତି ହେଲେ ଗାଁର ବିକାଶ ଯେମିତି କି ସେମିତି ରହିଯାଉଛି l ନିର୍ବାଚନୀ ସମୟ ଆସିଲେ କେତେ ଯେ ନାନା କଥା କହି ଲୋକଙ୍କୁ ଭଣ୍ଡେଇ ଭୋଟ ହାସଲ କରିବା ପାଇଁ ଆମେ ହାତୀ ଦବୁ ଘୋଡା ଦବୁ କହି ନିବେଦନ କରୁଛନ୍ତି l କିନ୍ତୁ ନିର୍ବାଚନ ସରିଲା ପରେ ଦବା ଦବା କହି କାଗଜ କଲମରେ ଅଭିଯୋଗ ଫର୍ଦ ରହିଯାଉଛି l ଏମିତି ପନ୍ଦର ବର୍ଷ ଧରି ଅଭିଯୋଗ ହେଉଥିଲେ ମଧ୍ୟ ଏଯାଏଁ ପୁରାଣ ହୋଇ ପାରିନି ବୋଲି କୁହନ୍ତି ବାସିନ୍ଦା l ଖାଲି ଦେଖିବାକୁ ବାକି ରହିଲା କେବେ ପୂରଣ ହେଉଛି ଲୋକଙ୍କ ଦୁଃଖ ଦୁର୍ଦଶା l


ସେୟାର କରନ୍ତୁ