AIMIMକୁ ବିହାରରେ ଜବରଦସ୍ତ ଝଟକା, ପାଞ୍ଚଜଣ ବିଧାୟକଙ୍କ ମଧ୍ୟରୁ ଚାରିଜଣ RJD ରେ ଦେଲେ ଯୋଗ

ଦେଶବିଦେଶ
ସେୟାର କରନ୍ତୁ

ପାଟନା: ବିହାରର ଏକ ନୂଆ ଘଟଣା କ୍ରମରେ AIMIM ର ଚାରିଜଣ ବିଧାୟକ ପଲା ବଦଳିକରି ଆଜି RJD ରେ ଯୋଗ ଦେଇଛନ୍ତି । ଆଜି ଅପରାହ୍ନରେ ହଠାତ୍ ତେଜସ୍ୱୀ ଯାଦବ ବିହାର ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ କୋଠରୀରେ ପହଞ୍ଚି AIMI ର 4 ଜଣ ବିଧାୟକଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ, ଅଖତୁରୁଲ ଇମାମଙ୍କ ବ୍ୟତୀତ ଓୱାଇସି ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ଆରଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା AIMIM ଦଳର ବିଧାୟକମାନେ ହେଲେ ମୋହମ୍ମଦ ଇଜହାର ଆସଫି, କୋଚାଧାମନ ଆସନରୁ ବିଧାୟକ, ଶାହାନାବାଜ ଆଲାମ ଜୋକିହାଟରୁ ବିଧାୟକ, ବାୟସୀରୁ ରୁକୁନୁଦ୍ଦିନ ଅହମ୍ମଦ ଏବଂ ବାହାଦୁରଗଞ୍ଜର ବିଧାୟକ ଅଞ୍ଜର ନୟୀମି ଅନ୍ତର୍ଭୁକ୍ତ ଅଟନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଜ୍ୟ ସଭାପତି ଅଖତରୁଲ ଇମାମ ବର୍ତ୍ତମାନ ବିଧାନସଭାରେ AIMIM ର ଏକମାତ୍ର ବିଧାୟକ ଭାବରେ ରହିଛନ୍ତି ।


ସେୟାର କରନ୍ତୁ