ବଙ୍ଗଳା ନିର୍ବାଚନକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଙ୍ଗଳାରେ ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ରୋଡଶୋ ପାଇଁ ହଇଚଇ ସୃଷ୍ଟି ହୋଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବିଜେପିକୁ ନେଇ ଏକ ବଡ ଦାବି କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ ଅମିତ ଶାହାଙ୍କ ବଙ୍ଗଳା ଗସ୍ତ ଏକ ମିଡିଆ ବନାଇଥିବା ଛବି ଅଟେ । ସେ ଏହା ମଧ୍ୟ କହିଛନ୍ତି କି ବିଜେପି ଫଳାଫଳରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିପାରିବ ନାହିଁ ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ‘ମିଡ଼ିଆ ସମର୍ଥିତ ପକ୍ଷଙ୍କ ଦ୍ୱାରା ଅତ୍ୟଧିକ ମାତ୍ରାରେ ବଢ଼ାଇ ଚଢାଇ ଦେଖାଯାଇଅଛି । ବାସ୍ତବରେ ବିଜେପି ପାଇଁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିବା କଷ୍ଟକର ହେବ । ଦୟାକରି ଏହି ଟୁଇଟକୁ ସେଭ କରନ୍ତୁ ଏବଂ ଯଦି ବିଜେପି ଭଲ କରେ ତେବେ ମୁଁ ଏହି କାମ ଛାଡିଦେବି ।’

କହିବାକି ପ୍ରଶାନ୍ତ କିଶୋରଙ୍କ ଏହି ବିବୃତ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ବଙ୍ଗଳା ଗସ୍ତ ପରେ ଆସିଛି । ଗତକାଲି ବଙ୍ଗଳା ଗସ୍ତର ଶେଷ ଦିନରେ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମମତା ବାନାର୍ଜୀ ଏକୁଟିଆ ହୋଇଯିବେ । ସେ କହିଛନ୍ତି କି ବିଜେପି କ୍ଷମତା ପାଇଲେ ସୋନାର ବଙ୍ଗଳା ଅର୍ଥାତ୍ ସୁନା ଭଳି ବଙ୍ଗଳା ତିଆରି ହେବ ।


ସେୟାର କରନ୍ତୁ