ବଙ୍ଗଳା ନିର୍ବାଚନ: ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ଉପରେ ଭାଜପା ନେତାଙ୍କ ଜବାବ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଙ୍ଗଳାରେ ଆସନ୍ତା ବର୍ଷ ବିଧାନ ସଭା ନିର୍ବାଚନ ହେବାକୁ ଯାଉଅଛି । ନିର୍ବାଚନକୁ ଆଖିରେ ରଖି ବିଜେପି ଏବଂ ସତାଧାରୀ ଦଳ ତୃଣମୂଳ କଂଗ୍ରେସ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି । ଦୁହିଁଙ୍କ ମଧ୍ୟରେ ଯୁବନୀ ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପ ଚାଲୁଅଛି । ଏହା ମଧ୍ୟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବଙ୍ଗଳାରେ ବିଜେପିକୁ କେତେ ସିଟ ମିଳିବ ଏହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଯାହା ଉପରେ ବଙ୍ଗଳା ବିଜେପିର ପ୍ରଭାରୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗିୟ ଜବାବ ଦେଇଛନ୍ତି ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ‘ମିଡ଼ିଆ ସମର୍ଥିତ ପକ୍ଷଙ୍କ ଦ୍ୱାରା ଅତ୍ୟଧିକ ମାତ୍ରାରେ ବଢ଼ାଇ ଚଢାଇ ଦେଖାଯାଇଅଛି । ବାସ୍ତବରେ ବିଜେପି ପାଇଁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିବା କଷ୍ଟକର ହେବ । ଦୟାକରି ଏହି ଟୁଇଟକୁ ସେଭ କରନ୍ତୁ ଏବଂ ଯଦି ବିଜେପି ଭଲ କରେ ତେବେ ମୁଁ ଏହି କାମ ଛାଡିଦେବି ।’

ପ୍ରଶାନ୍ତ କିଶୋରଙ୍କ ଦାବି ଉପରେ ବଙ୍ଗଳା ବିଜେପିର ପ୍ରଭାରୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗିୟ ଜବାବ ରଖିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ‘ଭାଜପାର ବଙ୍ଗଳାରେ ଯାହା ସୁନାମି ଚାଲୁ ଅଛି, ସରକାର ଗଠନ ପରେ ଏହି ଦେଶକୁ ଜଣେ ନିର୍ବାଚନ ରଣନୀତିକାର ହରାଇବାକୁ ପଡ଼ିବ ।’


ସେୟାର କରନ୍ତୁ