ପୁଣି ବୌଦ୍ଧକୁ ଫେରିଲା ତାତି, 44.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ପୁଣି ଥରେ ବୌଦ୍ଧକୁ ଫେରିଛି ତାତି । ରାଜ୍ୟର କିଛି ସ୍ଥାନରେ ଖରାର ପ୍ରକୋପ ସାଧାରଣ ଭାବରେ ଥିବା ବେଳେ ବୈଦ୍ଧ 44.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଆଜି ରାଜ୍ୟର ଉପକୂଳ ଅଞ୍ଚଳରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଆଜି ରାଜ୍ୟର 18ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ଏବଂ 6 ସହରରେ ଦିନ ତାପମାତ୍ରା 43 ଡ଼ିଗ୍ରୀ ଉପରେ ରହିଛି । ସୋନ୍‌ପୁର ଓ ଅନୁଗୋଳରେ 43.5 ଡିଗ୍ରୀ, ଝାରସୁଗୁଡ଼ା, ସୁନ୍ଦରଗଡ ଓ ବଲାଙ୍ଗୀରରେ 43 ଡିଗ୍ରୀ, ସମ୍ୱଲପୁର, ଦେବଗଡ଼ରେ 42.5 ଡିଗ୍ରୀ, ଫୁଲବାଣୀରେ 42.4 ଡିଗ୍ରୀ, ଟିଟିଲାଗଡରେ 41.8 ଡିଗ୍ରୀ, ହୀରାକୁଦରେ 41.4 ଡିଗ୍ରୀ, ନୟାଗଡ଼, ଯାଜପୁର, ଭବାନୀପାଟଣାରେ 41 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ