ମିଡ଼ିଆ ସାମ୍ନାରେ ଏପରି କିଛି କହିଲେ କିଆରା ଆଡଭାନୀ, କାର୍ତ୍ତିକ ଆର୍ଯ୍ୟନ ଲଜ୍ଜାରେ ହୋଇଗଲେ ଲାଲ

ସିନେମା
ସେୟାର କରନ୍ତୁ

Kartik Aaryan And Kiara Advani Movie Bhool Bhulaiyaa 2: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଏବେ ତାଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା’ର ପ୍ରମୋଶନରେ ଜୋର ସୋରରେ ବ୍ୟସ୍ତ ଅଛନ୍ତି । କେତେବେଳେ ସେମାନେ ରିୟଲିଟି ସୋ’ ସେଟ୍‌ରେ ନଜର ଆସୁଛନ୍ତି ତ ଆଉ କେବେ ଲୋକଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି । ଏହି ନିକଟରେ କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବା ନଜରକୁ ଆସିଥିଲେ । ଏହି ସମୟରେ କିଆରା ଏମିତି କିଛି କହି ଦେଇଥିଲେ ଯାହାକୁ ଶୁଣି କାର୍ତ୍ତିକ ତାଙ୍କ ହସ ରୋକିପାରିନଥିଲେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଆରା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି । କିଆରା କହୁଥିଲେ ଯେ, ଯେତେବେଳେ ଆମେ କୌଣସି ହବେଲୀରେ ଶୁଟିଂ କରିବାକୁ ଯାଉ ପ୍ରାୟତଃ ଏହାସହ ଗୋଟିଏ କାହାଣୀ ଲୁଚିଥାଏ । ତେବେ ଏହାର ଫାଇଦା ତ ତାଙ୍କୁ ନେବାର ଥିଲା କୁହନ୍ତୁ ତ । ସେହି ସମୟରେ କାର୍ତ୍ତିକଙ୍କଠାରୁ ଉତ୍ତର ଶୁଣିବାକୁ ତାଙ୍କ ଆଡକୁ କ୍ୟାମେରା ଯିବା ମାତ୍ରେ ସେ ଲାଜେଇ ଯାଉଥିଲେ ଏବଂ ସେ ଉତ୍ତର ଦେଇପାରୁନଥିଲେ । ସେତେବେଳେ କିଆରା ବୁଝିପାରୁଥିଲେ ଯେ ତାଙ୍କ ପାଟିରୁ କିଛି ଭୁଲ୍ ବାହାରି ଯାଇଛି ଏବଂ ସେ ତାକୁ ଠିକ୍ କରିବାକୁ କୁହନ୍ତି । ସେହି ସମୟରେ କାର୍ତ୍ତିକ କୁହନ୍ତି ଯେ ଆପଣ ଯାହା କହିଛନ୍ତି ତାକୁ ଠିକ୍ କରିଦିଅନ୍ତୁ । ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକ୍‌ଅପ୍‌ ଖବର ଚର୍ଚ୍ଚାରେ ରହିଛି । ଯଦିଓ ଉଭୟ ଏ ନେଇ କିଛି କହିନାହାନ୍ତି । ଉଭୟ ଏହାକୁ ନେଇ ଚୁପ୍ ଅଛନ୍ତି । କିଆରା ବର୍ତ୍ତମାନ ତାଙ୍କ ଫିଲ୍ମର ପ୍ରମୋସନରେ ମାତିଛନ୍ତି ଏବଂ କାର୍ତ୍ତିକଙ୍କ ସହ ଖୁବ୍ ମସ୍ତି ମୁଡ୍‌ରେ ମଧ୍ୟ ନଜର ଆସୁଛନ୍ତି । ‘ଭୁଲ୍ ଭୁଲେୟା’ରେ ଏମାନେ ଏକାଠି ପ୍ରଥମ ଥର ପାଇଁ କାମ କରୁଛନ୍ତି । ମାତ୍ର ଏମାନଙ୍କ ବଣ୍ଡିଂ ଏବଂ କେମିଷ୍ଟ୍ରି ଜବରଦସ୍ତ ରହିଛି । ଫିଲ୍ମଟି ମେ’ 20ରେ ରିଲିଜ୍ ହେବାକୁ ଯାଉଛି ।


ସେୟାର କରନ୍ତୁ