ମାଧୁରୀ ଦୀକ୍ଷିତଙ୍କ ଏମିତି ଦିବାନା ଥିଲେ ସଞ୍ଜୟ ଦତ୍ତ, ସମୟ ଅପେକ୍ଷା ନକରି ସେଟରେ କହୁଥିଲେ ‘ଆଇ ଲଭ ୟୁ’

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସଞ୍ଜୟ ଦତ୍ତଙ୍କ ଜୀବନ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ । ଅଭିନେତାଙ୍କ ଫିଲ୍ମ ଠାରୁ ନେଇ, ପ୍ରେମ ଜୀବନ ଓ ପର୍ସନାଲ ଜୀବନ ପର୍ଯ୍ୟନ୍ତ ସବୁକିଛି ଚର୍ଚାରେ ରହିଛି । ଥରେ ନିଜେ ସଞ୍ଜୟ ଦତ୍ତ ଏକ ଇଣ୍ଟରଭିୟୁରେ କହିଥିଲେ କି ତାଙ୍କର 308 ଗାର୍ଲଫ୍ରେଣ୍ଡ ରହିସାରିଛନ୍ତି । ହେଲେ,ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ସଞ୍ଜୟ ଦତ୍ତଙ୍କ 308 ଝିଅସାଙ୍ଗ ବିଷୟରେ ନୁହେଁ କିନ୍ତୁ ମାଧୁରୀ ଦୀକ୍ଷିତଙ୍କ ସହ ତାଙ୍କର ନିକଟତା ବିଷୟରେ କହିବୁ ।

ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ ଏକା ସାଥିରେ ଅନେକ ଫିଲ୍ମରେ କାମ କରିଛନ୍ତି । ଏଥିରେ ସାଜନ ଓ ଖଳନାୟକ ପରି ଭଲ ଫିଲ୍ମ ସାମିଲ ଅଛି । ମିଡ଼ିଆ ରିପୋର୍ଟ ଅନୁସାରେ ଥରେ ଜଣେ ନିର୍ଦେଶକ ଏକ ଇଣ୍ଟରଭିଉରେ ନାମ ନଛାପିବା ସର୍ତରେ ବତାଇଥିଲେ କି ସଂଜୁ ବାବା ମାଧୁରୀଙ୍କ ଏମିତି ଦିବାନା ଥିଲେ କି ସେ ସବୁ ସମୟରେ ସେଟରେ ତାଙ୍କର ଆଗରେ ପଛରେ ରହୁଥିଲେ । ଏତିକି ନୁହେଁ, ସେ ସବୁବେଳେ ମାଧୁରୀଙ୍କ କାନରେ ‘ଆଇ ଲଭ ୟୁ’ କହୁଥିଲେ ।

ତେବେ ଥରେ ଏକ ଇଣ୍ଟରଭିୟୁରେ ମାଧୁରୀ ଦୀକ୍ଷିତ ସଞ୍ଜୟ ଦତ୍ତଙ୍କ ବିଷୟରେ କହିଥିଲେ କି ସେ ଜଣେ ଭଦ୍ରଲୋକ ଅଟନ୍ତି ଓ ସବୁବେଳେ ତାଙ୍କୁ ହସାନ୍ତି । ହେଲେ,1993 ରେ ଯେବେ ମୁମ୍ବାଇ ବିସ୍ଫୋରଣରେ ସଞ୍ଜୟ ଦତ୍ତଙ୍କ ନାମ ଆସିଲା ସେତେବେଳେ କୁହାଯାଏ ତାଙ୍କର ଓ ମାଧୁରୀଙ୍କ ସମ୍ପର୍କରେ ଫାଟ ଆସିବା ଆରମ୍ଭ ହୋଇଯାଇଥିଲା ଓ ତାଙ୍କର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା । ଏହା ପରେ ମାଧୁରୀ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।


ସେୟାର କରନ୍ତୁ