ଯେବେ ସୈଫ କରିନାଙ୍କ ମା ବବିତାଙ୍କୁ ଏହି କଥାର ଅନୁମତି ମାଗିଥିଲେ, ଜାଣନ୍ତୁ କଣ ମିଳିଥିଲା ଜବାବ?

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୈଫ ଅଲି ଖାନଙ୍କ ଜୀବନ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ । ଅଭିନେତାଙ୍କ ବିବାହ 1991 ମସିହାରେ ଅମୃତା ସିଂହଙ୍କ ସହ ହୋଇଥିଲା । ବିବାହ ସମୟରେ ଅମୃତା ଯେଉଁଠି ଇଣ୍ଡଷ୍ଟ୍ରିରେ ଚୋଟୀର ଅଭନେତ୍ରୀ ଥିଲେ ତେଣେ ସୈଫ ଅଲି ଖାନ ସେତେବେଳେ ଫିଲ୍ମରେ ଡେବିୟୁ କରିନଥିଲେ । ଆପଣଙ୍କୁ ବତାଇ ଦେଉଛୁ କି ସୈଫ ବୟସରେ ଅମୃତା ସିଂହଙ୍କ ଠାରୁ 12 ବର୍ଷ ଛୋଟ ଥିଲେ । ଏହି ବିବାହ ପରେ ସୈଫ ଓ ଅମୃତାଙ୍କର ଦୁଇଟି ପିଲା ସାରା ଅଲି ଖାନ ଓ ଇବ୍ରାହିମ ଅଲି ଖାନ ହୋଇଥିଲେ । ହେଲେ, ବିବାହର 13 ବର୍ଷ ପରେ 2004 ମସିହାରେ ସୈଫ ଓ ଅମୃତା ତଲାକ ଦେଇ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଅମୃତାଙ୍କ ଠାରୁ ତଲାକ ପରେ 2012 ମସିହାରେ ସୈଫ ଅଭିନେତ୍ରୀ କରିନା କପୁରଙ୍କ ସହ ବିବାହ ବନ୍ଧନରେ ହୋଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ ଫିଲ୍ମ ‘ଟସନ’ର ସୁଟିଙ୍ଗ ସମୟରେ କରିନା ଓ ସୈଫଙ୍କ ମଧ୍ୟରେ ନିକଟତା ବଢିଥିଲା । କିଛି ବର୍ଷ ଡେଟ କରିବା ପରେ ସେମାନେ ବାହାଘର ହୋଇଥିଲେ । ସୈଫ କରିନାଙ୍କ ହାତ କିପରି ମାଗିଥିଲେ? ଏହି ବିଷୟରେ ଆମେ ଆଜି ଆପଣଙ୍କୁ ବତାଇବାକୁ ଯାଉଛୁ ।

ଖବର ଅନୁସାରେ କରିନା ନିଜେ ଏକ ଇଣ୍ଟରଭିଉରେ ଏ ବିଷୟରେ ଅଭିନେତ୍ରୀ କହିଥିଲେ କି, ମୁଁ ଓ ସୈଫ ଅନେକ ସମୟରୁ ଜଣେ ଅନ୍ୟ ଜଣକୁ ଡେଟ କରୁଥିଲୁ, ପୁଣି ଦିନେ ସୈଫ ଅଚାନକ କହିଲେ କି ମୁଁ କଉ 25 ବର୍ଷର ପିଲା ନୁହେଁ ଯେ ସବୁଦିନ ରାତିକୁ ତୁମକୁ ଡ୍ରପ କରିବା ପାଇଁ ଘର ପର୍ଯ୍ୟନ୍ତ ଆସିବି ।

କରିନା ବତାଇଥିଲେ କି ଏହାପରେ ସୈଫ ତାଙ୍କ ମା ବବିତାଙ୍କ ସହ କଥା ହେଲେ ଓ କହିଲେ କି,’ମୁଁ ନିଜର ବାକି ଜୀବନ କରିନାଙ୍କ ସହ ବିତାଇବାକୁ ଚାହୁଁଛି, ଆମେ ସାଥିହୋଇ ରହିବାକୁ ଚାହୁଁଛୁ ‘ । କରିନାଙ୍କ ଅନୁସାରେ ତାଙ୍କ ମା ବହୁତ ଶାନ୍ତ ସ୍ୱଭାବର ଅଟନ୍ତି, ସେ ସୈଫଙ୍କ କଥା ଶୁଣିକରି ସାଙ୍ଗେ ସାଙ୍ଗେ ତାଙ୍କର ଓ ସୈଫଙ୍କର ବିବାହ ପାଇଁ ହଁ ଭରି ଦେଇଥିଲେ ।


ସେୟାର କରନ୍ତୁ