ଯେବେ ସମସ୍ତଙ୍କ ସାମ୍ନାରେ କ୍ୟାଟ୍ରିନାଙ୍କୁ କରିନା କପୁର କହିଥିଲେ ଭାଉଜ, ରଣବୀର କପୁର ଦେଇଥିଲେ ଏପରି କିଛି ରିଆକସନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଇଥିପାଇଁ ପ୍ରଶଂସକ ଏହି ଯୋଡିର ପ୍ରଫେସନାଲ ଜୀବନଠାରୁ ଅଧିକ ପର୍ସନାଲ ଜୀବନରେ ଆଗ୍ରହ ରଖୁଛନ୍ତି । ଏହି ସମୟରେ ଆଉ ଜଣେ ବହୁତ ଚର୍ଚାରେ ରହିଛନ୍ତି । ସେ ଆଉ କେହି ନୁହନ୍ତି ବଲିଓଡ଼ର ସିଲା ମାନେ କ୍ୟାଟ୍ରିନା କୈଫ ଏହି ସମୟରେ ଫିଲ୍ମଠୁ ଅଧିକ ନିଜ ଜୀବନକୁ ନେଇ ଚର୍ଚାରେ ଅଛନ୍ତି । ଭିକି କୌଶଳଙ୍କ ସହ ବିବାହ ପରେ ସେ ନିଜ ଜୀବନରେ ଆଗକୁ ବଢିଛନ୍ତି, କିନ୍ତୁ ତାଙ୍କର ପୁରୁଣା କଥା ସାମ୍ନାକୁ ଆସିଥାଏ । ଏହିପରି ତାଙ୍କର ଏକ କଥା ରଣବୀର କପୁରଙ୍କ ସହ ଯୋଡି ହୋଇଛି ।

ଏହା ତ ସମସ୍ତେ ଜାଣିଛନ୍ତି କି ,ଏପରି ଏକ ସମୟ ଥିଲା ଯେତେବେଳେ କ୍ୟାଟ୍ରିନା କୈଫ ବଲିଓଡ଼ରେ କପୁର ପରିବାରର ବହୁ ବନିବାର ଥିଲେ । ରଣବୀର କପୁରଙ୍କ ସହ ତାଙ୍କର ସମ୍ପର୍କର ଖବର ବହୁତ ଦିନ ପର୍ଯ୍ୟନ୍ତ ମିଡିଆରେ ରହିଥିଲା । ଦୁଇ ଜଣକୁ ବହୁତ ଥର ଏକାଠି ଦେଖାଯାଇଥିଲା । ନିଜେ ଅଭିନେତ୍ରୀ କରିନା କପୁର ଖାନ କ୍ୟାଟ୍ରିନାଙ୍କୁ ନିଜର ଭାଉଜ ବତାଇଥିଲେ । ବାସ୍ତବରେ ‘କଫି ଉଇଥ କରଣ’ର ଏପିଷୋଡ଼ରେ ରଣବୀର ଓ କରିନା ଏକା ସାଥିରେ ପହଞ୍ଚିଥିଲେ । ସେଠାରେ କରଣ କରିନାଙ୍କୁ ପଚାରିଥିଲେ ସେ କଉ ଅଭିନେତ୍ରୀ ଏମିତି ଅଟନ୍ତି, ଯାହା ସହିତ ଯଦି କରିନାଙ୍କୁ ରୋମାଣ୍ଟିକ ହବାକୁ ପଡେ ତାଙ୍କୁ ଅସୁବିଧା ହେବ ନାହିଁ ?

ଏହା ଉପରେ କରିନା କହିଦେଇଥିଲେ, ଯଦି ଏପରି ହୁଏ ତେବେ ନିଜର ହେବାକୁ ଥିବା ଭାଉଜ କ୍ୟାଟ୍ରିନାଙ୍କ ସହ ଅଧିକ ସହଜ ରହିବି । ଏହି ଜବାବକୁ ଶୁଣିଲା ପରେ ଯେଉଁଠି କରଣ ଏକଦମ ହକେ ବକେ ରହିଯାଇଥିଲେ ତ ସେତେବେଳେ ରଣବୀର ମଧ୍ୟ ଆଶ୍ଚର୍ଯ୍ୟ ଲୁକ ସହିତ ହସିବାକୁ ଲାଗିଥିଲେ । ଏହା ସହିତ ସେ କହିଥିଲେ ତାଙ୍କର ମସ୍ତିଷ୍କ ଭାବି ଶବ୍ଦରେ ଅଟକି ଯାଇଛି । କରିନାଙ୍କ ଏହି କଥା ଶୁଣିକରି ସେ ସମୟରେ ସମସ୍ତଙ୍କୁ ଲାଗିଥିଲା କି ଏବେ କ୍ୟାଟ୍ରିନା ଓ ରଣବୀର ନିଶ୍ଚୟ ବାହାଘର ହୋଇଯିବେ ।


ସେୟାର କରନ୍ତୁ