କଙ୍ଗନା ରନାୱତଙ୍କୁ ପସନ୍ଦ ଆସିଲା ‘କେଜିଏଫ 2’ରେ ୟଶଙ୍କ ପରଫରମାନ୍ସ ,ଏପରି ବାନ୍ଧିଲେ ପ୍ରଶଂସାର ପୁଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କଙ୍ଗନା ରନାୱତ ସଦାବେଳେ ସାଉଥ ଷ୍ଟାରଙ୍କୁ ପସନ୍ଦ କରି ଆସୁଛନ୍ତି ଓ ନିଜର ପସନ୍ଦ ବିଷୟରେ ବହୁତ କହନ୍ତି,କାରଣ ସେ ମାନନ୍ତି ବଲିଓଡ଼କୁ ତାଙ୍କଠୁ ବହୁତ କିଛି ଶିଖିବାର ଜରୁରତ ଅଛି । ଏବେ କଙ୍ଗନା ଇନ୍ସଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ସାଉଥର ଷ୍ଟାର ନିଜ ସଂସ୍କୃତିରେ ଗହରୀ ଜଡେ ରଖନ୍ତି ।

ନିଜର ଇନ୍ସଟା ଷ୍ଟୋରିରେ,ସେ କେଜିଏଫ ଚାପଟର 2’ରେ ୟଶଙ୍କ ପ୍ରଶଂସା କରି କହିଛନ୍ତି କି ସେ ୟଙ୍ଗରି ୟଙ୍ଗ ମ୍ୟାନ ଅଟନ୍ତି, ଭାରତ ଅନେକ ଦଶକରୁ ୟଙ୍ଗରି ୟଙ୍ଗ ମ୍ୟାନକୁ ମିସ କରୁଥିଲା । ଏହା ସହିତ କଙ୍ଗନା ତାଙ୍କର ତୁଳନା ଅମିତାଭ ବଚନଙ୍କ ସହ କରିଦେଇଛନ୍ତି । 70 ଓ 80 ଦଶକରେ ଦିଗଜ ଅମିତାଭ ବଚନ ଏହି ସ୍ତରର ପର୍ଯ୍ୟାୟରେ ଥିଲେ ।

କଙ୍ଗନା ଆଲୁ ଅର୍ଜୁନ, ରାମ ଚରଣ, ଏନଟିଆର ଜୁନିଅରଙ୍କ ଫୋଟୋ ସେୟାର କରି ଲେଖିଛନ୍ତି, ଦକ୍ଷିଣର ସୁପରଷ୍ଟାର ନିଜ ସଂସ୍କୃତି ସହ ଯୋଡି ହୋଇଛନ୍ତି । ତାଙ୍କର ପ୍ରତିଭା ଓ ପରିଶ୍ରମ ଛଡା, ତାଙ୍କର ପ୍ରାମାଣିକତା ଦର୍ଶକଙ୍କୁ ବାନ୍ଧି ରଖିଥାଏ । ତାପର ପୋଷ୍ଟରେ, ସେ କେଜିଏଫ ଚାପଟର 2’ର ୟଶଙ୍କ ଫୋଟୋ ସେୟାର କରି ଲେଖିଛନ୍ତି, ସେ ୟଙ୍ଗରି ୟଙ୍ଗ ମ୍ୟାନ ଅଟନ୍ତି, ଯାହାକୁ ଭାରତ କେତେ ଦଶକରୁ ମାନେ ପକାଉଥିଲା । ସେ ଏହି ଶୂନ୍ୟକୁ ଭରୁଛନ୍ତି, ଯାହାକୁ ଅମିତାଭ ବଚନ 70 ଦଶକରେ ଛାଡିଥିଲେ ।

କୋଈ ମୋଇ ଡଟ କମ’ର ରିପୋର୍ଟ ଅନୁସାରେ କେଜିଏଫ ଚାପଟର 2′ ସୋମବାରକୁ 46 କୋଟିର ବ୍ୟବସାୟ କରିଛି । ଯାହାପରେ ସବୁ ଭାଷାକୁ ମିଶାଇ ଫିଲ୍ମ ଭାରତରେ 427.50 କୋଟିର ବ୍ୟବସାୟ କରିଛି ।


ସେୟାର କରନ୍ତୁ