ପ୍ରିୟଙ୍କା ଚୋପ୍ରାଙ୍କ ଅପିଲ- ଶରଣାର୍ଥୀଙ୍କୁ ସାହାଯ୍ୟ କରୁ ଦୁନିଆ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡରୁ ନେଇକରି ହଲିଓଡ଼ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ସୋସିଆଲ ମେଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଅଭିନେତ୍ରୀ ପୁଣିଥରେ ଖବରରେ ଆସିଯାଇଛନ୍ତି, ଏଇଥର ଖବରରେ ଆସିବାର କାରଣ ନିଜର ଜୀବନ ବା ଫିଲ୍ମ ନୁହଁ । ଏଇଥର ଚର୍ଚାରେ ରହିବାର କାରଣ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ଦେଇଥିବା ବାର୍ତ୍ତା, ଯାହାକୁ ପଢିଲା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ଅଭିନେତ୍ରୀ ନିଜର ଟ୍ୱିଟର ଏବଂ instagram ରେ ରୁଷ ୟୁକ୍ରେନ ଯୁଦ୍ଧର ଶରଣାର୍ଥୀଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି । କୁହାଯାଉଅଛି ପ୍ରିୟଙ୍କା ଏହି ଆଗ୍ରହରେ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବେ । ଅଭିନେତ୍ରୀ ସବୁବେଳେ ନିଜର ବିଚାର ଖୋଲିକରି ରଖିଥାନ୍ତି । ତାଙ୍କର ଏହି ଗୁଣ ପାଇଁ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି ।

ଆପଣଙ୍କୁ ବତାଇ ଦଉଛୁ ପ୍ରିୟଙ୍କା ଚୋପ୍ରା ରୁଷ ୟୁକ୍ରେନ ଯୁଦ୍ଧ ବିଷୟରେ ନିଜର ବିଚାର ସେୟାର କରି ଲେଖିଛନ୍ତି, ବିଶ୍ୱର ନେତାମାନେ, ଆମେ ଚାହୁଁଛୁ କି ଆପଣମାନେ ଦୁନିଆର ଶରଣାର୍ଥୀଙ୍କ ପାଇଁ ଠିଆ ହୁଅନ୍ତୁ, ଯାହାଦ୍ୱାରା ସୁନିଶ୍ଚିତ ହଉ ତାଙ୍କୁ ସମର୍ଥନ ମିଳୁଛି, ଯାହା ତାଙ୍କୁ ଏବେ ଦରକାର ଅଛି । ଆମେ କେବଳ ଛିଡା ହୋଇ ଦେଖିପାରିବା ନାହିଁ । ଯେଉଁ ପ୍ରକାର ମାହୋଲ ଏଇ ଯୁଦ୍ଧ ହେବାରୁ ହୋଇଛି । ଲୋକ ଛୋଟ ଛୋଟ ଜିନିଷ ପାଇଁ କଷ୍ଟ ପାଉଛନ୍ତି ।

ରୁଷ ସୈନିକମାନେ 24ଫେବୃଆରୀରେ ୟୁକ୍ରେନ ଉପରେ ହମଲା କରିଥିଲେ । ସେବେଠାରୁ ସଂଯୁକ୍ତ ରାଷ୍ଟ୍ରର ଅନୁମାନ ଅନୁସାରେ, ପ୍ରାୟ 2 million ଛୋଟ ପିଲା ଙ୍କୁ ପଡୋଶୀ ଦେଶରେ ସୁରକ୍ଷା ଖୋଜିବା ପାଇଁ ସବୁକିଛି ପଛକୁ ଛାଡିବା ପାଇଁ ବାଧ୍ୟ କରାଯାଇଛି । ପ୍ରିୟଙ୍କା ଚୋପ୍ରା ୟୁକ୍ରେନର ପିଲାମାନଙ୍କ ସାହାଯ୍ୟ ପାଇଁ ନିଜର ଟ୍ୱିଟର ଏବଂ instagram ରେ ନିଜର ବାୟୋରେ unicef ଡୋନେସନ ଲିଙ୍କ ମଧ୍ୟ ଆଟାଜ କରିଛନ୍ତି । ତାଙ୍କର ଏହି କାମକୁ ଦେଖିକରି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଏହା ସହିତ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି ।


ସେୟାର କରନ୍ତୁ