ସଲମାନ ଖାନଙ୍କ ଏହି ସାର୍ଟଲେସ ବଡି଼କୁ ଦେଖି ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ, 56 ବର୍ଷରେ ମଧ୍ୟ ସିକ୍ସ ପ୍ୟାକ ଏବ ରେ ଦେଖାଗଲା macho look

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସଲମାନ ଖାନ ନିଜର ଲାଟେଷ୍ଟ ଛବିରେ ପ୍ରଶଂସକଙ୍କ ହୃଦୟରେ ଜାଗା ବନାଇବାରେ ସଫଳ ହୁଅନ୍ତି । କେବେ ସୁଟ ବୁଟର ଛବି ପ୍ରଶଂସକଙ୍କ ପସନ୍ଦ ଆସିଥାଏ ତ ପୁଣି କେବେ ସାର୍ଟଲେସ ଫୋଟୋ ସୋସିଆଲ ମେଡିଆରେ ଧୂମ ମଚେଇ ଦେଇଥାଏ । ଏଇ ନିକଟରେ ସଲମାନ ଖାନଙ୍କ ଏକ ଫୋଟୋ ସୋସିଆଲ ମେଡିଆରେ ଧୁମ ମଚାଉଛି । ଏହି ଫୋଟୋ ରେ ତାଙ୍କର macho look ଦେଖିବାକୁ ମିଳୁଛି । ପ୍ରଶଂସକ ହୁଅନ୍ତୁ ବା ସେଲେବ୍ରିଟି ତାଙ୍କର ଏହି ଅନ୍ଦାଜକୁ ପ୍ରଶଂସା କରିବାକୁ ଥକୁ ନାହାଁନ୍ତି ।

ସଲୁ ଭାଇ ଅର୍ଥାତ ସଲମାନ ଏଇ ନିକଟରେ ଏକ ଫୋଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ସୁନ୍ଦର ବଡି ଦେଖାଯାଉଛି । ଏହା ତାଙ୍କର ପ୍ରଥମଥର ନୁହେଁ, ଯେ ସଲମାନ ନିଜର ସାର୍ଟ ବିହୀନ ଫୋଟୋ ସେୟାର କରିଛନ୍ତି ଏହା ପୂର୍ବରୁ ମଧ୍ୟ ପ୍ରଶଂସକଙ୍କ ସହିତ ଅନେକ ଫୋଟୋ ସେୟାର କରିଛନ୍ତି । ଏହି ଛବିରେ ସେ ବ୍ୟାୟାମ କରୁଥିବା ଦେଖାଯାଉଥିବାବେଳେ ତୃତୀୟ ଛବିରେ ସେ ମୁହଁ ହାଇଡ଼ କରିଥିବାର ଦେଖାଯାଏ । ସଲମାନଙ୍କ ସାର୍ଟ ବିହୀନ ଚିତ୍ର ଧୁମ ମଚାଉ ଅଛି ।

କାମର କଥା କହିବାକୁ ଗଲେ ସଲମାନ ଖାନଙ୍କୁ ଫିଲ୍ମ ‘ଅନ୍ତିମ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କୁ ଆୟୁଷ ଶର୍ମାଙ୍କ ସହ ଦେଖିବାକୁ ମିଳିଥିଲା । ଏଥି ସହିତ ସେ ବର୍ତ୍ତମାନ ‘ଟାଇଗର 3’ ପାଇଁ ହେଡଲାଇନରେ ଅଛନ୍ତି । ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ଚଳଚ୍ଚିତ୍ରରେ ସେ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରଟି 21 ଏପ୍ରିଲ 2023 ରେ ମୁକ୍ତିଲାଭ କରିବ । ହିନ୍ଦୀ ବ୍ୟତୀତ ଏହା ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ