ରାଜ୍ୟରେ 13ରୁ ବଢିବ ତାତି, ସନ୍ଧ୍ୟାରେ କାଳବୈଶାଖି ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା 13 ତାରିଖ ପରେ ଖରାର ପ୍ରଭାବ ବଢିବା ଦେଖିବାକୁ ମିଳିବ । ଆଭ୍ୟନ୍ତରୀଣ ଓଡିଶାରେ 13ରୁ 17 ଯାଏ 2ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ମଧ୍ୟ 13 ତାରିଖ ପରେ ତାତି ବଢ଼ିଯିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ସେପଟେ 10ରୁ 14 ତାରିଖ ଯାଏ ଉପକୂଳରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । 13, 14 ଓ 15ରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ସମ୍ଭାବନା ଅଧିକ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେହିଭଳି 9ରୁ 12 ତାରିଖ ଯାଏ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 10ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଶନିବାର ବୌଦ୍ଧର ସର୍ବାଧିକ ତାପମାତ୍ରା 41ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ 40.7, ସୋନପୁରରେ 40.4, ତାଳଚେରରେ 40.2 ଓ ବାରିପଦାରେ 40ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁର, ପୁରୀ, ଅନୁଗୁଳ, ପାରାଦୀପ ଓ ଭୁବନେଶ୍ୱରର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି । ତେବେ ଫୁଲବାଣୀରେ ଅଧିକ ବର୍ଷା ହୋଇଛି । ଏଠାରେ 47.8 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।


ସେୟାର କରନ୍ତୁ