Coronavirus: ଦେଶରେ 24 ଘଣ୍ଟାରେ ଆସିଲା 1 ହଜାର 660 କରୋନା କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 1 ହଜାର 660 ନୂଆ କରୋନା କେସ ସାମ୍ନାକୁ ଆସିଅଛି ଏବଂ 4100 ଲୋକଙ୍କର ମୃତ୍ୟୁ ହୋଇଅଛି । କେତେକ ରାଜ୍ୟ ପିଛିଲା ଭାବେ ମୃତ୍ୟୁସଂଖ୍ୟା ହିସାବ ଦେଇଥିବା ହେତୁ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ କରାଯାଇଛି । ପୂର୍ବ 24 ଘଣ୍ଟାରେ 2 ହଜାର 349 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 30 ଲକ୍ଷ 18 ହଜାର 32କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 20 ହଜାର 855 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 24 ଲକ୍ଷ 80 ହଜାର 436 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 16 ହଜାର 741 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 182 କୋଟି 87 ଲକ୍ଷ 68 ହଜାର 476 ଡୋଜ ଟିକା ଦିଆଯାଇଛି । ଗତକାଲି 29 ଲକ୍ଷ 7 ହଜାର 479 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 25 ମାର୍ଚ୍ଚ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 78 କୋଟି 63 ଲକ୍ଷ 02 ହଜାର 714 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 6 ଲକ୍ଷ 58 ହଜାର 489 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ