Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 30 ହଜାରରୁ ଅଧିକ ନୂଆ କରୋନା କେସ, 431 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 30 ହଜାର 570 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 431 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 38 ହଜାର 303 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 33 ଲକ୍ଷ 47 ହଜାର 325କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 43 ହଜାର 928 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 25 ଲକ୍ଷ 60 ହଜାର 474 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 42 ହଜାର 923 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 15 ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 54 କୋଟି 77 ଲକ୍ଷ 01 ହଜାର 729 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 15 ଲକ୍ଷ 79 ହଜାର 761 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ