ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ହାତେଇଲା ବିଜେପି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ହାତେଇଲା ବିଜେପି । ବିଜେପି ସମର୍ଥିତ ଶର୍ମିଷ୍ଠା ଦଳବେହରା 18/11 ଭୋଟ ବ୍ୟବଧାନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ବିଜୟୀ ପରେ ଶର୍ମିଷ୍ଠା ଅଞ୍ଚଳବାସୀଙ୍କ ପାଇଁ କାମ କରିବା ସହ ବିଜୟର ଶ୍ରେୟ ଅଞ୍ଚଳବାସୀଙ୍କୁ ଦେଇଛନ୍ତି । ତେବେ ଦୀର୍ଘ 20 ବର୍ଷ ପରେ ବିଜେପି ହାତକୁ ଆସିଛି ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ।

ଖବର ଅନୁଯାୟୀ, ବିଜେପି ସମର୍ଥିତ ଶର୍ମିଷ୍ଠା ଦଳବେହରା 18 ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପକ୍ଷର ସମର୍ଥିତ ପ୍ରାର୍ଥି 11 ଖଣ୍ଡ ଭୋଟ ପାଇଥିଲେ । ପରଜଙ୍ଗ ପଞ୍ଚାୟତ ସମିତିର ସମୁଦାୟ ସମିତି ସଭ୍ୟ ପ୍ରାର୍ଥି 29 ଥିଲେ ।

ତେବେ ନୂତନ ଅଧ୍ୟକ୍ଷା ଶର୍ମିଷ୍ଠାଙ୍କ କହିବା ଅନୁଯାୟୀ, ଅସହାୟ ଲୋକଙ୍କ ପାଖରେ ଅବହେଳିତ ହୋଇଥିବା କାମକୁ ସେ ସେମାନଙ୍କ ପାଖରେ ପହଞ୍ଚାଇବେ । କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟସରକାରଙ୍କ ଯୋଜନାକୁ ସେ ଘରେ ଘରେ ପହଞ୍ଚାଇବା ପାଇଁ ବାର୍ତ୍ତା ଦେଇଛନ୍ତି ।


ସେୟାର କରନ୍ତୁ