କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ “ଶିକାରା”ର ଟ୍ରେଲର ରିଲିଜ

ସିନେମା
ସେୟାର କରନ୍ତୁ

ଫିଲ୍ମ ମେକର ବିଦୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିକାରା- ଏ ଲଭ ଲେଟର ଫର୍ମ କାଶ୍ମୀର ପଣ୍ଡିତ’ ର ଟ୍ରେଲର ରିଲିଜ ହୋଇସାରିଛି ।

ଫିଲ୍ମର ଟାଇଟେଲରୁ ହିଁ ଫିଲ୍ମ ର କାହାଣୀ ଜଣା ପଡିଯାଉଛି । ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ସାରା ବିଶ୍ୱ ଜାଣିଥିବା ବେଳେ, ପାକିସ୍ତାନ ସବୁବେଳେ କିଛି ନା କିଛି ବାହାନା କରି ଭାରତରେ ଆକ୍ରମଣ କରିଥାଏ । ଆଉ ଏଥିରେ ସବୁଠାରୁ ଅଧିକ ହଇରାଣ ହୁଅନ୍ତି କାଶ୍ମୀର ବାସୀ ।

ଏମାନଙ୍କୁ ପ୍ରତି ମୁହୂର୍ତରେ ଏମାନଙ୍କ ଜୀବନ ପ୍ରତି ଭୟ ମଧ୍ୟ ରହିଥାଏ । ତେବେ ଫିଲ୍ମର ଟ୍ରେଲରରେ ଏହି ସବୁ ଘଟଣା ଗୁଡିକୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଫିଲ୍ମରେ ଆଦିଲ ଖାନଙ୍କ ସହିତ ନବାଗତା ସାଦିୟାଙ୍କୁ ମୁଖ୍ୟ ନାୟକ ନାୟିକା ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମରେ 1947ର ଭାରତ-ପାକିସ୍ତାନ ବିଭାଜନ ସମୟରେ ହୋଇଥିବା ହିଂସାରେ କାଶ୍ମୀର ଉପରେ ପଡିଥିବା ପ୍ରଭାବକୁ ଲୋକଙ୍କ ପାଖରେ ଏକ ନଆରା ଢଙ୍ଗରେ ପରିବେଷଣ କରିବ ।


ସେୟାର କରନ୍ତୁ