baaghi 3ର ନୂଆ ଗୀତ ଆସିଲା, ଡ୍ୟାନ୍ସ ଏବଂ ବୋଲଡନେସର ଓଭରଡୋଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବର୍ଷ 2005ରେ ଫିଲ୍ମ ଆସିଥିଲା ‘ଦଶ’ । ଫିଲ୍ମରେ ଅଭିଷେକ ଵଚନ ଲିଡ଼ ରୋଲରେ ଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି ଖାସ କରିପାରି ନଥିଲା କିନ୍ତୁ ଏହି ଫିଲ୍ମର ଗୀତ ଇତିହାସ ରଚି ଦେଇଥିଲା । ଏହା ଏକ ଏମିତି ଗୀତ ଥିଲା ଯାହାକି 2005ରେ ସବୁଠାରୁ ବେଶୀ ଶୁଣା ଯାଇଥିଲା ଏବଂ ଦେଖାଯାଇଥିଲା । ଆମେ କଥା ହେଉଛେ ‘ଦଶ ବାହାନେ’ର ।

ଵିଶାଲ-ଶେଖରଙ୍କ ଏହି ଗୀତ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମଟି ସେତେ ଭଲ ଚାଲି ନଥିଲେ ମଧ୍ୟ କିନ୍ତୁ ଏହି ଗୀତଟି ଲମ୍ବା ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ଓଠରେ ତାଜା ରହିଥିଲା । ଏବେ ଏହି ସୁପରହିଟ ଗୀତକୁ baaghi 3ର ମେକର୍ସ ପୁଣି ରିକ୍ରିଏଟ କରିଛନ୍ତି । ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର ଦର୍ଶକ ମାନଙ୍କ ପାଇଁ ନେଇ ଆସିଛନ୍ତି Dus bahane 2.0 ।

ଗୀତକୁ ପ୍ଲେ କରିଲେ ତୁମେ ଏକ ଅଲଗା ଦୁନିଆକୁ ଚାଲିଯିବ । କେତେବେଳେ ତୁମକୁ ଟାଇଗର ହେଲିକ୍ୟାପ୍ଟର ପାଖରେ ଥିବାର ଦେଖାଯିବେତ କେତେବେଳେ ବରଫ ପାହାଡ଼ ଉପରେ । ଗୀତରେ ଶ୍ରଦ୍ଧା ଏବଂ ଟାଇଗରଙ୍କ କେମେଷ୍ଟ୍ରୀ ତୁମକୁ ଶେଷ ପର୍ଯ୍ୟନ୍ତ ବାନ୍ଧିକରି ରଖିବ । ଏବେ ଦୁହେଁ ଶ୍ରଦ୍ଧା ଏବଂ ଟାଇଗର ଆଲା ଦର୍ଜେ ଡ୍ୟାନ୍ସ କରୁଛନ୍ତି ଏହା କାହାକୁ ଅଛପା ନାହିଁ ।

ତେବେ ଏହି ଗୀତରେ ମଧ୍ୟ ତାଙ୍କର ଲାଜବାବ ମୁଵସ କେତେବେଳେ ତୁମକୁ ହଇରାଣ କରିବତ ଆଉ କେତେବେଳେ ତାଙ୍କର ପ୍ରଶଂସା କରିବା ପାଇଁ ମଜବୂର କରିବ । ପୁଣି ଏହା ନୁହେଁ, ଗୀତରେ ଟାଇଗର ଶ୍ରଫଙ୍କୁ ନିଜର ପୁରା ବନ୍ଦି ଦେଖାଇବାର ମୌକା ଦିଆଯାଇଛି । ତାଙ୍କର ଡ୍ୟାନ୍ସକୁ ଶ୍ରଦ୍ଧା କପୁରଙ୍କ ସିଜଲିଙ୍ଗ ମୁଵସରେ ଭଲ ଭାବରେ କମ୍ପ୍ଲିମେଣ୍ଟ କରାଯାଇଛି ।

ଗୀତକୁ ଭଲ ଭାବରେ ଗଢ଼ି ତୋଳିବା ପାଇଁ ଏଗଜାଟ ଲୋକେସନରେ ସୁଟିଂ କରାଯାଇଛି । ବାଗୀ ଫ୍ରେଞ୍ଚାଇସର ଏହା ସବୁବେଳେ ଖାସିୟତ ଅଟେ । baaghi 3ର ଏହି ନୂଆ ଗୀତରେ ସେ ଏହା କରିବାରେ ସଫଳ ସାବ୍ୟସ୍ତ ହୋଇଛନ୍ତି । କହିବାତ ଡ଼ାଇରେକ୍ଟର ଅହମ୍ମଦ ଖାନଙ୍କ ଫିଲ୍ମ ବାଗୀ 3ର ଟ୍ରେଲରକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଅଛନ୍ତି ।

ଏହି ଫିଲ୍ମରେ ତାବଡ଼ତୋଡ ଏକ୍ସନ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଆଗାମୀ ମାସ 6 ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଥର ଖାସ କଥା ଏଇଆ କି ପ୍ରଥମ ଥର ଟାଇଗର ନିଜର ପିତା ଏବଂ ଆକ୍ଟର ଜ୍ୟାକି ଶ୍ରଫ୍ ସାଥିରେ କାମ କରିବାର ମୌକା ପାଇଛନ୍ତି । ଫିଲ୍ମରେ ଜ୍ୟାକି ଶ୍ରଫ୍ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।


ସେୟାର କରନ୍ତୁ