ଜାହ୍ନବୀ କପୁର ଏବଂ ରାଜ କୁମାର ରାଓଙ୍କ ନୂଆ ଗୀତ ‘ପନଘଟ’ ରିଲିଜ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓ, ଜାହ୍ନବୀ କପୁର ଏବଂ ବରୁଣ ଶର୍ମାଙ୍କ ଷ୍ଟାରର ଫିଲ୍ମ ରୋହିର ଏକ ଗୀତ ‘ପନଘଟ’ ସୋମବାର ମୁକ୍ତିଲାଭ କରିଛି । କିମ୍ବଦନ୍ତୀ ଗୀତିକାର ଲେଖକ ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ଏହାକୁ ଆନିସ୍ କୌର, ଦିବ୍ୟା କୁମାର ଏବଂ ସଚିନ ଜିଗର ସ୍ୱର ଦେଇଛନ୍ତି । ଏହି ଗୀତ ସୋନି ମ୍ୟୁଜିକ୍ ଇଣ୍ଡିଆରେ ରିଲିଜ କରାଯାଇଛି ।

ଏହା ଏକ ଦମଦାର ପାର୍ଟି ଚାଲୁଛି, ଯେଉଁଥିରେ ଜାହ୍ନବୀଙ୍କ ଲୁକ୍ ଏବଂ ବରୁଣ-ରାଜକୁମାରଙ୍କ କମେଡି ବହୁତ ବଢିଆ ଲାଗୁଛି । ‘ପନଘଟ’ ଗୀତର ଭିଡିଓ ପାଇଁ ଜାହ୍ନବୀ କପୁରଙ୍କୁ କମେଣ୍ଟ ବକ୍ସରେ ସର୍ବାଧିକ ପ୍ରଶଂସା ମିଳୁଅଛି । ଗୀତରେ ଅଭିନେତ୍ରୀଙ୍କ ଦୁଇଟି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ଗୋଟିଏ ପାର୍ଶ୍ୱରେ ସେ ଏକ ସୁନ୍ଦର ଲାଲ ସୁବର୍ଣ୍ଣ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିବାବେଳେ ଦ୍ୱିତୀୟ ଲୁକରେ ସେ ସିମରିଂଗ କଳା ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । ଉଭୟ ଲୁକରେ ସେ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ବରୁଣ ଶର୍ମା ଏବଂ ରାଜକୁମାର ରାଓଙ୍କୁ ଏକ ମଜାଳିଆ ଅନ୍ଦାଜରେ ଦେଖିବାକୁ ମିଳିଛି ।

ଏଠାରେ ଭିଡିଓ ଦେଖନ୍ତୁ …

ଫିଲ୍ମ ‘ରୋହି’ର ଟ୍ରେଲରକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ‘ସ୍ତ୍ରୀ’ ପରି ଏହା ଏକ ଭୟଙ୍କର କମେଡି ଫିଲ୍ମ ଯେଉଁଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ରାଜକୁମାର ରାଓ ଏବଂ ବରୁଣ ଶର୍ମା ଦୁହେଁ ଏମିତି ପୁଅଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏକି ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ଝିଅକୁ ଉଠାଇ ନେଇ ଥିବା ଗୋଟିଏ ଚୁଡ଼ଏଲ ତାଙ୍କ ବାଟରେ ଆସୁଅଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ସେମାନେ ସିଧାସଳଖ ଏହି ଚୁଡ଼ଏଲ ସାଥିରେ ଲାଗିବା ପାଇଁ ବାହାରି ପଡନ୍ତି ।


ସେୟାର କରନ୍ତୁ