ରାଜକୁମାର ରାଓଙ୍କ ସହିତ ହେଲା ଠକେଇ, ପ୍ୟାନ କାର୍ଡ ବ୍ୟବହାର କରି ନେଇଗଲେ ଏତେ ଟଙ୍କାର ଲୋନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓ ନିଜର ଚମତ୍କାର ଅଭିନୟ ପାଇଁ ପରିଚିତ ଅଟନ୍ତି । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ପ୍ରଶଂସକଙ୍କ ସହିତ ସୂଚନା ଆଦାନ ପ୍ରଦାନ କରିଥାନ୍ତି । ରାଜକୁମାର ରାଓଙ୍କ ସହ ଠକେଇର ମାମଲା ସାମ୍ନାକୁ ଆସିଅଛି । ନିକଟରେ ଅଭିନେତା ନିଜ ଟୁଇଟରେ ଏମିତି ସୂଚନା ଦେଇଛନ୍ତି, ଯାହା ଜାଣି ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ନିଜେ ଠକେଇର ଶିକାର ହୋଇଥିବା ଜଣାଇଛନ୍ତି ଅଭିନେତା । ଅଭିନେତାଙ୍କ ପାନ କାର୍ଡରେ କୌଣସି ବ୍ୟକ୍ତି ଜାଲିଆତି କରି ଲୋନ ନେଇ ଯାଇଛି । ଏହା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ରାଜକୁମାର କହିଛନ୍ତି, ତାଙ୍କ ପାନ କାର୍ଡର ଦୁରୁପଯୋଗ କରାଯାଇ ଲୋନ ନିଆଯାଇଛି । ଏହି କାରଣରୁ ତାଙ୍କ କ୍ରେଡିଟ୍ ସ୍କୋର ପ୍ରଭାବିତ ହୋଇଛି । ଏବେ ଏହି ପୂରା ମାମଲାରେ ସେ ଟୁଇଟ୍ ଜରିଆରେ କ୍ରେଡିଟ୍ ଇନଫରମେସନ ବ୍ୟୁରୋ ଇଣ୍ଡିଆ ଲିମିଟେଡ୍(CIBIL)ର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଅଭିନେତା କହିଛନ୍ତି, ମୋ ପାନ କାର୍ଡ ଦୁରୁପଯୋଗ କରାଯାଇ ମୋ ନାମରେ 2500 ଟଙ୍କାର ଛୋଟ ଲୋନ ନିଆଯାଇଛି । ଏହି କାରଣରୁ ମୋର ସିବିଲ ସ୍କୋର ପ୍ରଭାବିତ ହୋଇଛି । ଦୟା କରି ସିବିଲର ଅଧିକାରୀ ଏଥିରେ ସୁଧାର କରନ୍ତୁ ଏବଂ ଏହା ବିରୋଧରେ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ । ହେଲେ ଅଭିନେତାଙ୍କ ଟୁଇଟ୍ ଉପରେ ଏ ପର୍ଯ୍ୟନ୍ତ ସିବିଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ରାଜକୁମାର ରାଓ ହିଟ୍, ମୋନିକା- ଓ ମାଇଁ ଡାର୍ଲିଂ ଏବଂ ଭିଡ ପରି ଆଗାମୀ ଫିଲ୍ମରେ ନଜର ଆସିବେ । ତେବେ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସି ନାହିଁ । ତେବେ ଆଶା କରାଯାଉଛି, ଏହି ସବୁ ଫିଲ୍ମ ଚଳିତ ବର୍ଷ ସିନେମାଘରକୁ ଆିସପାରେ ।


ସେୟାର କରନ୍ତୁ