ଗିରଫ ହେଲେ ବାଲି ମାଫିଆ, ପିସି ମେସିନ ସହ 10ଟି ଟ୍ରକ ଜବତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗ ଗାଁ ବେଆଇନ ବାଲି ଘାଟରେ ସ୍ଥାନୀୟ ତହସିଲଦାର ଓ ପୋଲିସର ମିଳିତ ଚଢ଼ାଉ ହୋଇଥିଲା । ତେବେ ଏହି ଚଢ଼ାଉ ବେଳେ ଗୋଟିଏ ପିସି ମେସିନ ,10 ଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ 11 ଜଣ ବାଲି ମାଫିଆକୁ ଗିରଫ କରାଯାଇଛି ।

ଏହି ବାଲି ମାଫିଆ ମାନେ ଦୀର୍ଘଦିନ ଧରି ବେଆଇନ ବାଲି ଚାଲାଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଯାହା ଫଳରେ ସରକାର ଏଥିରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିଲେ । ତେବେ ଆଗାମୀ ଦିନରେ ବ୍ରାହ୍ମଣୀ ନଦୀ ଘାଟରେ ଥିବା ସମସ୍ତ ବେଆଇନ ବାଲି ଘାଟର ପର୍ଦ୍ଦାଫାସ ହେବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ।


ସେୟାର କରନ୍ତୁ