ବାଲୁକା କଳାରେ ଶାନ୍ତିର ବାର୍ତ୍ତା, 23 ହଜାରରୁ ଅଧିକ ରୁଦ୍ରାକ୍ଷରେ ସ୍ଥାପନ ହେଲା ମହାଦେବଙ୍କ ମୂର୍ତ୍ତି

ରାଜ୍ୟ
ସେୟାର କରନ୍ତୁ

ପୁରୀ : ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ 23 ହଜାର 436 ରୁଦ୍ରାକ୍ଷ ସ୍ଥାପନ ହୋଇଛି । ଏହା 9 ଫୁଟ ଉଚ୍ଚତା 18 ଫୁଟ ଚଉଡା । ବାଲୁକାକଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ।

ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବଜାୟ ରହିବା ଆମର ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ ।


ସେୟାର କରନ୍ତୁ