ହାତୀପଲଙ୍କ ଉତ୍ପାତ, ନଷ୍ଟ କଲେ ଏକର ଏକର ଧାନ ଫସଲ

ରାଜ୍ୟ
ସେୟାର କରନ୍ତୁ

କେନ୍ଦୁଝର, ତେଲକୋଇ : ଗତ କିଛି ଦିନ ହେବ ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରଵ ଦେଖିବାକୁ ମିଳୁଅଛି । 30 ଟିକିଆ ହାତୀପଲଙ୍କ ଉତ୍ପାତ ହେତୁ ନଷ୍ଟ ହେଉଛି ଏକର ଏକର ଧାନ ଫସଲ । ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଏତେ ସଂଖ୍ୟାରେ ହାତୀପଲଙ୍କ ଦାଉରୁ ନିଜ ନିଜ ଫସଲକୁ କିପରି ରକ୍ଷା କରିବେ ରକ୍ଷା କରିବେ ସେ ନେଇ ଚିନ୍ତାରେ ଅଛନ୍ତି ଲୋକେ ।

ସୂଚନା ଅନୁଯାୟୀ, ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ କୃଷ୍ଣପୁର ଓ କରମଙ୍ଗି ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଗାଁରେ ହାତୀପଲ ଧଶେଇ ପଶିଥିଲେ । ଯାହା ଫଳରେ ଏକର ଏକର ଧାନ ଫସଲ ନଷ୍ଟ କରିଥିଲେ ।

ତେବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଧାନଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ବର୍ଷ କର ଖାଦ୍ୟ ହାତୀଙ୍କ ଦ୍ଵାରା ନଷ୍ଟ ହେବା ଫଳରେ ପରିବାର ପ୍ରତିପୋଷଣ କେମିତି କରିବ ସେନେଇ ଚିନ୍ତାରେ ପଡିଯାଇଛି ଚାଷୀ । ବନବିଭାଗ ହାତୀପଲଙ୍କୁ ଘଉଡାଇବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଏ ଅଞ୍ଚଳର ଚାଷୀ ।


ସେୟାର କରନ୍ତୁ