ଯୁବଶକ୍ତି ସମର୍ପିତ ଓଡ଼ିଶା ଓ କାର୍ତ୍ତିକେଶ୍ଵେର ପୂଜା କମିଟି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ଗ୍ରାମ ପଞ୍ଚାୟତର ବସନ୍ତପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପଡ଼ା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ‘ଯୁବଶକ୍ତି’ର ଅଧକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ କାର୍ତ୍ତିକେଶ୍ୱର ପୂଜାକମିଟି ସଦସ୍ୟମାନଙ୍କ ସହଯୋଗରେ 35 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ ଏବଂ ସମ୍ମାନିତ ଅତିଥି ଭାବରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି ଇଂ ସୁବ୍ରତ କୁମାର ଦାସ ଯୋଗଦାନ ଦେଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରଥମେ ବୃକ୍ଷ ରୋପଣ କରିବା ସହ ରକ୍ତଦାନ ଶିବିରକୁ ଉଦଘାଟନ କରି କହିଥିଲେ ରକ୍ତଦାନ ମହପୁଣ୍ୟ, ଆମେ ରକ୍ତଦାନ କରିବା ଦ୍ୱାରା ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତରେ । ଆଜିର ଦିନରେ ଯୁବକ ଏବଂ ଯୁବ ଛାତ୍ର ମାନଙ୍କ ପାଇଁ ରକ୍ତଦାନ ଏକ ବିପ୍ଲବରେ ପରିଣତ ହୋଇ ପାରି ଅଛି । ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ରକ୍ତ ଅଭାବକୁ ଦୂର କରିବା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ ଦେଇଥିଲେ ।

ଆଜିର ଏହି ରକ୍ତଦାନ ଶିବିରରେ ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ବିଶ୍ଵାଳ, ସଞ୍ଜୀବ ଖିଲାରଙ୍କ ଅକ୍ଲାନ୍ତ ସେବା ଏବଂ ସହଯୋଗ ଦେଖିବାକୁ ମିଳି ଥିଲା । ପୂଜାକମିଟିର ସମସ୍ତସଦସ୍ୟ ରକ୍ତଦାନ ଶିବିରକୁ ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଢେ଼ଙ୍କାନାଳ ଜିଲ୍ଲା ବିଇନିୟୁଜ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଲକ୍ଷ୍ମୀଧର ନାୟକ, ବିନୟ ଦାସ, ସୂର୍ଯ୍ୟକାନ୍ତ ବେହେରା, ସୁଜିତ୍ ଦଳ ବେହେରା, ଦିତ୍ତିକୃଷ୍ଣ ନାଏକ, ବସନ୍ତପଡ଼ା କାର୍ତିକେଶ୍ୱର ପୂଜା କମିଟିର ସଦସ୍ୟ ମହେନ୍ଦ୍ର ଖିଲାର, ଅରବିନ୍ଦ ଖିଲାର, ଚନ୍ଦନ ସାହୁ, ସିଦ୍ଧାନ୍ତ ଖିଲାର, ବିନୋଦ ବିଶ୍ଵାଳ, ସିପୁନ ସାହୁ, ଆଶୁତୋଷ ବିଶ୍ଵାଳ, ରାମ ଚନ୍ଦ୍ର ଖିଲାର, ସୁବ୍ରତ ନାୟକ, ଅନିଲ ନାୟକ, ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କର ପରମାନନ୍ଦ ପଣ୍ଡା ଓ ସମସ୍ତ ସ୍ବାସ୍ଥ୍ୟ କର୍ମୀ ଏବଂ ସମସ୍ତ ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ ।


ସେୟାର କରନ୍ତୁ