ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ରାଜ୍ୟ
ସେୟାର କରନ୍ତୁ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିର୍ନ ଦଳର ନେତାମାନେ । ଡିସେମ୍ବର 5ତାରିଖରେ ପଦ୍ମପୁରରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖାସ୍‌ କରି ସମ୍ବେଦନଶୀଳ ବୁଥ୍‌ମାନଙ୍କ ବିଶେଷ ନଜର ରଖାଯାଇଛି । ଏହିକ୍ରମରେ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ପଦ୍ମପୁର ଗସ୍ତ କରିଥିଲେ । ନିର୍ବାଚନ ନେଇ ପୂର୍ବ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ ।


ସେୟାର କରନ୍ତୁ