Sardar Udham Trailer Out: ଦମଦାର ଭୂମିକାରେ ବିକି କୌଶଲ, ମିନିଣ୍ଟିରେ ହେଲା ଭାଇରଲ

ସିନେମା
ସେୟାର କରନ୍ତୁ

Sardar Udham Trailer Released: ବଲିଉଡ ଅଭିନେତା ବିକି କୌଶଲଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ସର୍ଦ୍ଦାର ଉଦ୍ଧମ ସିଂହର ଟ୍ରେଲର ରିଲିଜ ହୋଇଅଛି । ଏହି ଫିଲ୍ମରେ ଉଦ୍ଧମ ସିଂହ (Udham Singh)ଙ୍କ ଭୂମିକାରେ ବିକି କୌଶଲ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରଟି ବହୁତ ଶକ୍ତିଶାଳୀ ଅଟେ ଏବଂ ପୁଣି ଥରେ ବିକି କୌଶଲ ନିଜର ଅଭିନୟ ସହିତ ଚରିତ୍ରକୁ ଜୀବନ ଆଣିଛନ୍ତି ।

କହିବା କି ସର୍ଦ୍ଦାର ଉଦ୍ଧମ ସିଂହ 1919 ମସିହାରେ ଜଲିୟାୱାଲା ବାଗକୁ ଉଚିତ କହିଥିବା ମାଇକେଲ ଓ’ଡାୟର (ପଞ୍ଜାବର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର)ଙ୍କୁ 1940 ମସିହାରେ ଲଣ୍ଡନରେ ଯାଇ ତାଙ୍କ ଘର ଆଗରେ ଗୁଳି କରିଥିଲେ । ତାଙ୍କର ସାହସିକତାର ଏକରୁ ଅଧିକ କାହାଣୀ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି ଏବଂ ଏହି କାହାଣୀକୁ ବିକି ଉଧମ ସିଂହ ହୋଇ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ।

ଏହି ଫିଲ୍ମରେ ସ୍ୟାନ ସ୍କଟ, ଷ୍ଟିଫେନ୍ ହୋଗନ୍, ବନିତା ସନ୍ଧୁ ଏବଂ କ୍ରିଷ୍ଟି ଏୱର୍ଟନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଥିବାବେଳେ ଅମୋଲ ପରାସରଙ୍କୁ ଏକ ବିଶେଷ ରୂପରେ ଦେଖିବାକୁ ମିଳିବ । ଭାରତ ଏବଂ ସାରା ଦୁନିଆରେ 240 ଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳରେ 16 ଅକ୍ଟୋବରରୁ ଏହି ଦଷହରା ଅବସରରେ ସର୍ଦ୍ଦାର ଉଦ୍ଧମକୁ ଦେଖିପାରିବେ ।

ଏଠାରେ ଦେଖନ୍ତୁ ଭିଡ଼ିଓ……

ସର୍ଦ୍ଦାର ଉଦ୍ଧମ ସିଂହ ଚଳିତ ବର୍ଷ ଦଷହରା ଅବସରରେ ପ୍ରେକ୍ଷାଳୟ ନୁହେଁ,ବରଂ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଏହି ବହୁ ପ୍ରତୀକ୍ଷିତ ଫିଲ୍ମ 16 ଅକ୍ଟୋବରରେ ମୁକ୍ତିଲାଭ କରୁଛି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ ସିର୍କାର୍ । ଏହି ଫିଲ୍ମରେ ବିକିଙ୍କ ସହ ବନୀତା ସନ୍ଧୁ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ଆଗ୍ରହର ସହିତ ଅପେକ୍ଷା କରିଥିଲେ, ଯାହାକି ବର୍ତ୍ତମାନ ଫିଲ୍ମର ଟ୍ରେଲର ଉତ୍ସାହକୁ ବହୁଗୁଣିତ କରିଛି ।


ସେୟାର କରନ୍ତୁ