ଦିଲୀପ କୁମାରଙ୍କ ନାମରେ ସବୁଠାରୁ ଅଧିକ ଆୱାର୍ଡ ଜିତିବାର ରେକର୍ଡ, ଦେଖନ୍ତୁ ଲିଷ୍ଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପାଞ୍ଚ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ଦିଲୀପ ସାହେବ ଅନେକ ପୁରସ୍କାର ଜିତିଛନ୍ତି । ଏଥିରେ 8 ଟି ଫିଲ୍ମଫେୟାର ପୁରସ୍କାର (ଶ୍ରେଷ୍ଠ ଅଭିନେତା), ଏକ ଫିଲ୍ମଫେୟାର ଲାଇଫଟାଇମ ଆଚିଓମେଣ୍ଟ ଆୱାର୍ଡ, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମ ଭୂଷଣ, ପଦ୍ମଭୂଷଣ, ଦାଦାସାହେବ ଫାଲକେ ପୁରସ୍କାର ଏବଂ ନିଶାନ-ଏ-ପାକିସ୍ଥାନ, ପାକିସ୍ତାନ ସରକାର ଦେଇଥିବା ସର୍ବୋଚ୍ଚ ନାଗରିକ ପୁରସ୍କାର ଅନ୍ତର୍ଭୁକ୍ତ ।

କେବଳ ଏତିକି ନୁହେଁ, ଦିଲ୍ଲୀପ କୁମାରଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସବୁଠାରୁ ଅଧିକ ସମ୍ମାନିତ ଭାରତୀୟ ଅଭିନେତା ଭାବରେ ରେକର୍ଡ କରାଯାଇଛି । ଦିଲୀପ କୁମାରଙ୍କୁ ଭାରତୀୟ ସିନେମାର ଜଗତର ଟ୍ରେଜଡ଼ି କିଙ୍ଗ ତଥା ପ୍ରଥମ ଖାନ ସୁପରଷ୍ଟାର ଭାବରେ ଜଣା ଯାଇଥାଏ । ଏହି ଅଭିନେତା 1944 ମସିହାରେ ଫିଲ୍ମ ‘ଜୱାର ଭାଟା’ ଜରିଆରେ ଆକ୍ଟର ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ସମୟରେ ରୋମାନ୍ସର ରାଜା ଥିଲେ । ତାଙ୍କୁ 1998 ମସିହାରେ ଫିଲ୍ମ ‘କିଲା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ଫିଲ୍ମଫେୟାର ପୁରସ୍କାରର ତାଲିକା –

1983 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ଶକ୍ତି

1968 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ରାମ ଅର ଶ୍ୟାମ
1965 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ଲିଡର
1961 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – କୋହିନୋର
1958 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ନୟା ଦୌର
1957 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ଦେବଦାସ
1956 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ଆଜାଦ
1954 – ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର – ଦାଗ୍
1915 ପଦ୍ମଭୂଷଣ ପୁରସ୍କାର
2008 ଲାଇଫଟାଇମ ଆଚିଓମେଣ୍ଟ
2004 ଇଣ୍ଡିୟାନ ସିନେମା ଆଚିଓମେଣ୍ଟ
1995 ଦାଦାସାହେବ ଫାଲକେ
1993 ଲାଇଫଟାଇମ ଆଚିଓମେଣ୍ଟ
1991 ପଦ୍ମ ଭୂଷଣ ପୁରସ୍କାର


ସେୟାର କରନ୍ତୁ