ନିଜ ବାପାଙ୍କୁ ପ୍ରଶଂସାରେ ପୋତି ପକେଇଲେ ଶ୍ରୁତି, ପଢନ୍ତୁ କାହିଁକି

ସିନେମା
ସେୟାର କରନ୍ତୁ

ଫିଲ୍ମ ଅଭିନେତ୍ରୀ ଶ୍ରୁତି ହାସନ ନିକଟରେ ସର୍ଟ ଫିଲ୍ମ୍ମ ‘ଦେବୀ’ରେ ନଜର ଆସିଥିଲେ । ତେବେ ଶ୍ରୁତି ନିଚର ପ୍ଲାଷ୍ଟିକ୍ ସର୍ଜରୀ ଚେହେରାକୁ ନେଇ ଚର୍ଚ୍ଚା ସହ ଟ୍ରଲ ମଧ୍ୟ ହୋଇଥିଲେ । ତେବେ ଟ୍ରଲକୁ ଆଦୌ ଖାତିର କରିନଥିଲେ ଏହି ନାୟିକା । କାରଣ ଯେଉଁମାନେ ଟ୍ରଲ କରିଥିଲେ ସେମାନଙ୍କୁ କଡ୍ଡା ଜବାବ୍ ଦେଇଥିଲେ କମଲ୍‌ଙ୍କ କନ୍ୟା । ଶ୍ରୁତିଙ୍କ ମତରେ ତାଙ୍କ ପିତାଙ୍କ ସରନେମ୍ ଓ ନିଜର ଚେହେରା ଲାଗି ତାଙ୍କ ଠାରୁ ସଭିଏଁ ଦୂରରେ ରହିଥାନ୍ତି । ଫଳରେ ଏପରି ଲୋକଙ୍କ ମୁକାବିଲା ଖୁବ୍ କମ୍ ହୁଏ । ମାତ୍ର ନିକଟରେ ଯେଉଁ ଟ୍ରଲ କଥା ଉଠିଛି ତାହାକୁ ନେଇ ଶ୍ରୁତି କମ୍ଫର୍ଟ ଫିଲ୍ କରିନାହାନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଫିଲ୍ମସେଟ୍‌ରେ ଏକତରଫା ବ୍ୟବହାର ଠାରୁ ଦୂରରେ ରହିବା ତରିକା ତାଙ୍କୁ ଭଲଭାବେ ଜଣା । କାରଣ ସେଟ୍‌ରେ ଅଧିକ ଗୁରୁତ୍ୱ ହିରୋଙ୍କୁ ଦିଆଯିବାବେଳେ ଅଧିକାଂଶ ମହିଳା ନିଜର ସୁରକ୍ଷା ଲାଗି ଚୁପ୍ ରହିବାକୁ ପସନ୍ଦ କରିଥାନ୍ତି । ମାତ୍ର ମୋ ପିତାଙ୍କ ସରନେମ୍ ଓ ମୋର ଗମ୍ଭୀର ଚେହେରା କାରଣ ଯୋଗୁଁ ଅନେକ ଲୋକ ମୋ ଠାରୁ ଦୂରରେ ରହିଥାନ୍ତି । ତେବେ ଦୀର୍ଘବର୍ଷ ପରେ ବି ଏହି ଫିଲ୍ମ ଦୁନିଆରେ ମୁଁ ନିଜକୁ ସୁରକ୍ଷତି ମଣୁଛି । ଆରମ୍ଭରୁ ତାଙ୍କୁ ଜଣାଥିଲା ସେଟ୍‌ରେ ଛୋଟଛୋଟ କଥା ହେଉଥାଏ । ଏସବୁ ଖାତିର ନକରି ନିଜର କାର୍ଯ୍ୟକୁ ତୁଲାବଇାକୁ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । ଯାହାଫଳରେ ଶ୍ରୁତି ଚୁପ୍ ରହିବାକୁ ଅଧିକ ପସନ୍ଦ କରନ୍ତି । କେବଳ ଶ୍ରୁତି କାହିଁ ଅନେକ ନାୟିକା ଏହି ପନ୍ଥା ଆପଣାଇଥାନ୍ତି । କେବଳ ଏତିକି ନୁହେଁ ସେଟ୍‌ରେ ପ୍ରଥମେ ହିରୋଙ୍କ ଲାଗି ଚେୟାର ରଖାଯାଇଥାଏ । ତେବେ ଶ୍ରୁତିଙ୍କ ପ୍ରଥମ କିଛି ଫିଲ୍ମରେ ଗୋଟିଏ ଥର ତାଙ୍କୁ ବସିବାକୁ ସୁଯୋଗ ଦିଆଯାଇନି ବୋଲି କୁହନ୍ତି ଶ୍ରୁତି । ସୂଚନାନୁଯାୟୀ ଶ୍ରୁତି ହାସନ ଫିଲ୍ମ ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକାଙ୍କ କନ୍ୟା । ଶ୍ରୁତି ବଲିଉଡ଼୍ ବ୍ୟତୀତୀ ସାଉଥ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି ।


ସେୟାର କରନ୍ତୁ