Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 1 ଲକ୍ଷ 86 ହଜାର କେସ, 3660 ମୃତ୍ୟୁ

Truthink
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତର ଲହର କମିବାର ଦେଖାଯାଉଅଛି । ପୂର୍ବରୁ ଏହା ଚାରି ଲକ୍ଷ ଉପରେ ଟ୍ରେଣ୍ଡ କରୁଥିଲା ବେଳେ ଏହା ଏବେ ଦୁଇ ଲକ୍ଷ ତଳକୁ ଖସିଆସିଛି । ଯଦିଓ କିଛି ଦିନ ହେବ ସଂକ୍ରାମିତଙ୍କ ସଂଖ୍ୟା ତଳକୁ ଖସିଅଛି ତଥାପି ଏହାର ସଙ୍କଟ ଟଳିନାହିଁ । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 1 ଲକ୍ଷ 86 ହଜାର 364 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 3 ହଜାର 660 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 59 ହଜାର 459 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 86 ହଜାର 364
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 75 ଲକ୍ଷ 55 ହଜାର 457

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 2 ଲକ୍ଷ 59 ହଜାର 459
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 48 ଲକ୍ଷ 93 ହଜାର 410

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3 ହଜାର 660
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 18 ହଜାର 895

ମୋଟ ଆକ୍ଟିଭ କେସ- ତେଇଶି ଲକ୍ଷ 43 ହଜାର 152

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 27 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 33 କୋଟି 90 ଲକ୍ଷ 39 ହଜାର 861 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 20,70,508 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ