24 ଘଣ୍ଟାରେ ଚି଼ହ୍ନଟ ହେଲେ 7 ହଜାର 216 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ବ୍ରେକ ଲାଗିଥିବାର ଦେଖାଯାଉଅଛି । ଏହା ପ୍ରାୟ ଦଶ ହଜାର ଏବଂ ଏଗାର ହଜାର ଉପରେ ରହୁଥିଲା । ଏହା ପୂର୍ବ 24 ଘଣ୍ଟାର ରିପୋର୍ଟ ମୁତାବକ ସାତ ହଜାର ଉପରେ ରହିଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ ଚି଼ହ୍ନଟ ହେଲେ 7 ହଜାର 216 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 739955କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 7216 ଜଣଙ୍କ ମଧ୍ୟରୁ 4041 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 3175 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 739955 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 102072ଟି ଆକ୍ଟିଭ କେସ୍ ରହିଅଛି ଏବଂ 635179 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ