Coronavirus: ଦୁଇ ଲକ୍ଷ ତଳକୁ ଖସିଲା କରୋନା ମାମଲା, ପୂର୍ବ 24 ଘଣ୍ଟାରେ 3,511 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଲହରୀ କରୋନାର ପ୍ରକୋପ ଜାରି ରହିଛି । ଭାରତରେ କରୋନା ଭାଇରସ ମହାମାରୀର ନୂଆ ମାମଲା ଏବେ ତଳକୁ ଖସୁଥିବାର ଦେଖାଯାଉଛି । ଏହା ଏବେ ଦୁଇ ଲକ୍ଷ ତଳକୁ ଖସି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 1 ଲକ୍ଷ 96 ହଜାର 427 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 3,511 ଲୋକଙ୍କର ମୃତ୍ୟୁ ହୋଇଅଛି । ବଡ଼ ଖବର ଏହା କି ଦେଶରେ ଶେଷ ଥର ପାଇଁ କରୋନା ଦୁଇ ଲକ୍ଷରୁ କମ ମାମଲା 13 ଏପ୍ରିଲରେ ଆସିଥିଲା । ସେହି ସମୟରେ କରୋନା 1 ଲକ୍ଷ 84 ହଜାର ଦର୍ଜ ହୋଇଥିଲା । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 26 ହଜାର 850 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1,96,427
ଏପର୍ଯ୍ୟନ୍ତ ମୋଟ ମାମଲା -2,69,48,874

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 3,26,850
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2,40,54,861

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3,511
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3,07,231

ମୋଟ ଆକ୍ଟିଭ କେସ- ପଚିଶି ଲକ୍ଷ 86 ହଜାର 782

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 24 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 33 କୋଟି 25 ଲକ୍ଷ 94 ହଜାର 176 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 20,58,112 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ